ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

ଭୋପାଳ: ମଧ୍ୟପ୍ରଦେଶ ସଂସ୍କୃତି ମନ୍ତ୍ରୀ ଉଷା ଠାକୁରଙ୍କ ମନ୍ତବ୍ୟକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଦେଶର ସମସ୍ତ ମାଦ୍ରାସାକୁ ବନ୍ଦ କରିବା ଉଚିତ। ସେଠାରେ ଆତଙ୍କବାଦୀ ସୃଷ୍ଟି ହେଉଛନ୍ତି ବୋଲି ଉଷା ଠାକୁର କହିଛନ୍ତି।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଷା କହିଛନ୍ତି “ଦେଶର ସମସ୍ତ ଆତଙ୍କାବାଦୀ ମଦ୍ରାଶାରୁ ସୃଷ୍ଟି ହୋଇଛନ୍ତି। ସେମାନେ ଜାମ୍ମୁ ଓ କାଶ୍ମୀରକୁ ଆତଙ୍କବାଦୀର କାରଖାନାରେ ପରିଣତ କରିଦେଇଛନ୍ତି। ସରକାର ମଦ୍ରାଶାଗୁଡ଼ିକୁ ଅର୍ଥଯୋଗାଣ ବନ୍ଦକରିବା ଦେବା ଦରକାର।” ଖାଲି ଏତିକି ନୁହେଁ ରାଷ୍ଟ୍ର ବିରୋଧୀ ଯେଉଁ ସବୁ ସଂଗଠନ ଓ ଶିକ୍ଷାନୁଷ୍ଠାନ କାମ କରିବେ ସେ ସବୁକୁ ବନ୍ଦ କରିବା ଆବଶ୍ୟକ ବୋଲି ଉଷା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଜଣେ ନାଗରିକ ଭାବରେ ଦେଖିଲେ ସେମାନଙ୍କ ପଢ଼ାଇବାର ଶୈଳୀକୁ ଦେଖିଲେ ଆପଣ ଦେଖିବାକୁ ପାଇବେ ଯେ ସମସ୍ତ କଠୋରପନ୍ଥୀ ଓ ଆତଙ୍କବାଦୀ ସେଇଠୁ ତିଆରି ହେଉଛନ୍ତି। ମଦ୍ରାସା ଜାତୀୟତାବାଦକୁ ଅନୁପାଳନ କରିପାରିବ ନାହିଁ। ତେଣୁ ଦେଶର ପ୍ରଗତି ପାଇଁ ମଦ୍ରାସା ବର୍ତ୍ତମାନର ଶିକ୍ଷାପ୍ରଣାଳିକୁ ଆପଣାଇ ନେବା ଉଚିତ ବୋଲି ବିଜେପି ଇନ୍ଦୋର ସାଂସଦ ତଥା ମନ୍ତ୍ରୀ ଉଷା ଠାକୁର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ଧାର୍ମିକ ଶିକ୍ଷାପ୍ରାପ୍ତ କରିବାକୁ ଚାହୁଁଛନ୍ତି ସେମାନେ ନିଜ ନିଜ ଖର୍ଚ୍ଚରେ ଶିକ୍ଷାଲାଭ କରିପାରିବେ। ଏଥିପାଇଁ ସମ୍ବିଧାନ ଅଧିକାର ଦେଇଛି।

ଏହାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଉଷାଙ୍କ ମନ୍ତବ୍ୟକୁ ଇଲେକ୍ସନ କମିଶନ ଗୁରତର ସହି ନେବା ଦରକାର ବୋଲି ମଧ୍ୟପ୍ରଦେଶ କଂଗ୍ରେସ ପ୍ରବକ୍ତା ନରେନ୍ଦ୍ର ସାଲୁଜା କହିଛନ୍ତି। ତା ସହିତ ବିଜେପି ସାମ୍ପ୍ରଦାୟିକ ଦଙ୍ଗା ଉସ୍‌କାଉଥିବା ଅଭିଯୋଗ କରିବା ସହିତ ଉଷା ଠାକୁର ଏଥିରେ ସହଯୋଗ କରୁଥିବା ସାଲୁଜା ଅଭିଯୋଗ କରିଛନ୍ତି।

 

ଆହୁରି ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

You might also like