ବାହା ହେବା ପାଇଁ ଘୋଡ଼ା ପିଠିରେ ବସି ବରଘରକୁ ଗଲେ ଦୁଇ ଭଉଣୀ

ଲକ୍ଷ୍ନୌ:ମଧ୍ୟପ୍ରଦେଶରେ ନିକଟରେ ହୋଇଥିବା ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଆରା ଷ୍ଟାଇଲ୍‌ରେ ହୋଇଥିବା ଏହି ବାହାଘର ଦେଖି ଲୋକେ ତାଜୁବ ହୋଇ ଯାଇଛନ୍ତି।

ମଧ୍ୟପ୍ରଦେଶର ଖଣ୍ଡବା ଜିଲ୍ଲାରେ ହେଉଥିଲା ଏହି ବାହାଘର। ଏଠାରେ ଦୁଇ ଭଉଣୀ ସାକ୍ଷୀ ପାଟିଦାର ଏବଂ ସୃଷ୍ଟି ପାଟିଦାର ବାହା ହେଉଥିଲେ। ଦୁହେଁ ନିଜର କନ୍ୟାଯାତ୍ରୀଙ୍କୁ ନେଇ ବରଘରେ ପହଞ୍ଚିଥିଲେ। ବ୍ୟାଣ୍ଡ ବାଜା ବାଜୁଥିଲା। ଆଲୁଅ ରୋଷଣୀ ସହ କନ୍ୟାଘରର ଲୋକ ବି ଥିଲେ।  ଦୁଇ ଭଉଣୀ ଘୋଡ଼ା ଉପରେ ବସିଥିଲେ। ହାତରେ ସେମାନଙ୍କର ଥିଲା ଖଣ୍ଡା। ବାଟରେ ଯାଉଥିବା ଲୋକ ସେମାନଙ୍କ କନ୍ୟାଯାତ୍ରୀ, ଶୋଭାଯାତ୍ରା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ରହି ଯାଉଥିଲେ। ମଣ୍ଡପ ନିକଟରେ ବର ଓ ବର ଘର ଲୋକେ କନ୍ୟା ଓ କନ୍ୟାଯାତ୍ରୀଙ୍କୁ ଅପେକ୍ଷା କରିଥିଲେ। କନ୍ୟା, କନ୍ୟାଯାତ୍ରୀ ପହଞ୍ଚିବାରେ ପାଟିଦାର ସମାଜର ପରମ୍ପରା ଅନୁଯାୟୀ ଦୁଇ ଭଉଣୀଙ୍କ ବାହାଘର ହୋଇଥିଲା।

ଜାନୁଆରୀ ୨୨ ତାରିଖ ଧୁମ୍‌ଧାମ୍‌ରେ ଆୟୋଜନ ହୋଇଥିଲା ଏହି ବାହାଘର। ଏଏନଆଇକୁ ସାକ୍ଷାତ ଦେଇ ସୃଷ୍ଟି କହିଛନ୍ତି, ଏହି ପାଟିଦାର ସଂପ୍ରଦାୟରେ ଜନ୍ମ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ସୃଷ୍ଟିଙ୍କ ବାପା ଅରୁଣ ପାଟିଦାର ମଧ୍ୟ ଅନ୍ୟ ସଂପ୍ରଦାୟ ଉଦ୍ଦେଶ୍ୟରେ କହିଛନ୍ତି ସମସ୍ତେ ମହିଳାଙ୍କୁ ସମ୍ମାନ ଦେବା ଉଚିତ୍।

ସେ କହିଛନ୍ତି ପାଟିଦାର ସଂପ୍ରଦାୟର ଏହି ପରମ୍ପରା ବହୁ ପୁରୁଣା। ପ୍ରାୟ ୪୦୦ରୁ ୫୦୦ ବର୍ଷର ପୁରୁଣା। ଏହି ସଂପ୍ରଦାୟର ନିୟମ ଅନୁସାରେ ଆମେ ଏପରି ବିବାହର ଆୟୋଜନ କରିଛୁ।

ଆମ ପରମ୍ପରା ଅନୁସାରେ ଝିଅମାନଙ୍କୁ ସମ୍ମାନ ଦେଉଛୁ। ସବୁ ସଂପ୍ରଦାୟର ଲୋକେ ମଧ୍ୟ ଝିଅମାନଙ୍କୁ ସମ୍ମାନ ଦେବା ଉଚିତ।

 

You might also like