ବାଇକରେ ଆମ୍ବୁଲାନ୍ସ ନିର୍ମାଣ କଲେ ଯୁବ ଇଂଜିନିୟର, ମାଗଣାରେ ରୋଗୀ ପାଇବେ ହସ୍ପିଟାଲ ବେଡ୍ ସହ ଅକ୍ସିଜେନ

ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ବଡ ସମସ୍ୟା ସାଜିଛି ଅକ୍ସିଜେନ୍ ସଙ୍କଟ । ଅକ୍ସିଜେନ୍ ଅଭାବରୁ ଅନେକ କରୋନା ଆକ୍ରାନ୍ତଙ୍କ ଅକାଳରେ ମୃତ୍ୟୁ ହେଉଛିା ଏହାର ଜ୍ୱଳନ୍ତ ଉଦାହରଣ ଆମେ ଦିଲ୍ଲୀ କହିପାରିବା । ଏଭଳି ସ୍ଥିତିରେ କରୋନା ବିରୋଧରେ ମୁକାବିଲା କରିବା ପାଇଁଁ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶର ଜଣେ ଯୁବ ଇଂଜିନିୟର । ସେ ନିଜ ବାଇକରେ ଆମ୍ବୁଲାନ୍ସ ନିର୍ମାଣ କରିଛନ୍ତି । ଯେଉଁ ଆମ୍ବୁଲାନ୍ସରେ ରହିଛି ହସ୍ପିଟାଲ ବେଡ୍ ଓ ଅକ୍ସିଜେନ୍ ।

କରୋନାର ଦ୍ୱିତୀୟ ଲହର ଦେଶର ହେଲ୍‌ଥ ସିଷ୍ଟମକୁ ସତେ ଯେପରି ବଶୀଭୂତ କରିଦେଇଛି । ଦେଶର ଦିଲ୍ଲୀ ଓ ମୁମ୍ବାଇ ପରି ପ୍ରମୁଖ ସହରର ସ୍ଥିତି ସଂଗୀନ ହୋଇପଡିଛି । ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ହସ୍ପିଟାଲ ବେଡ୍ ଅଭାବ ଦେଖାଦେଇଛି । ଏପରିକି ରୋଗୀମାନେ ମେଡିସିନ୍ ଓ ଅକ୍ସିଜେନ୍ ପାଇଁ ବିଭିନ୍ନ ହସ୍ପିଟାଲକୁ ଦୌଡୁଛନ୍ତି । ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ମଧ୍ୟପ୍ରଦେଶର ଧର୍ ଅଞ୍ଚଳର ଜଣେ ଯୁବ ଇଂଜିନିୟର ଅଣ୍ଟା ଭିଡିଛନ୍ତି । ନିଜର ଜ୍ଞାନକୌଶଳରେ ସେ ନିର୍ମାଣ କରିଛନ୍ତି ବାଇକ୍ ଆମ୍ସୁଲାନ୍ସ । ବାଇକ୍ ପଛରେ ଆମ୍ବୁଲାନ୍ସକୁ ସଂଯୋଗ କରାଯାଇଛିା ଏହି ଆମ୍ବୁଲାନ୍ସରେ ହସ୍ପିଟାଲ ପରି ଗୋଟିଏ ବେଡ୍ ରହିବା ସହ ଅକ୍ସିଜେନ ମଧ୍ୟ ଉପଲବ୍ଧ ରହିଛି ।

କିଛି ଦିନ ତଳେ ରୋଗୀଙ୍କୁ ମାତ୍ର ୩ କିମି ନେବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ୧୦ ହଜାର ଟଙ୍କା ଦାବି କରିଥିଲେ । ରୋଗୀଙ୍କ ସମସ୍ୟା ଦେଖି କିଛି ନିଆରା କାମ କରିବାକୁ ଏହି ଯୁବ ଇଂଜିନୟର ମନ ବଳାଇଥିଲେ । ସେଥିପାଇଁ ସେ ଆମ୍ବୁଲାନ୍ସଟିଏ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ନିଜର ଇଂଜିନିୟରିଂ ବୁଦ୍ଧି ଖଟାଇ କିଛି ଯନ୍ତ୍ରାଶଂ ଓ ମେସିନ୍ ସହାୟତାରେ ଆମ୍ବୁଲାନ୍ସ ନିର୍ମାଣ କରିଥିଲେ । ଏହି ଆମ୍ବୁଲାନ୍ସ କରିବା ପାଇଁ ତାଙ୍କୁ ୨୦-୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ।

ଯେଉଁଥିରେ ରୋଗୀଙ୍କ ପାଇଁ ମେଡିସିନ ଓ ଅକ୍ସିଜେନ୍ ସିଲିଣ୍ଡର ଆଦି କିଣିଛନ୍ତି । ଏହି ଆମ୍ବୁଲାନ୍ସରେ ରୋଗୀଙ୍କ ଛଡା ୨ ଜଣ ଆରାମରେ ବସି ଯାଇପାରିବେ । ଏହାଦ୍ୱାରା ରୋଗୀଙ୍କ ସହ ସେମାନଙ୍କ ପରିବାର ସଦସ୍ୟ ଏହି ବାଇକ୍ ଆମ୍ବୁଲାନ୍ସରେ ବସି ହସ୍ପିଟାଲ ଯାଇପାରିବେ । ସେ ଆହୁରି କହିଛନ୍ତି ଯେ, ଏହା ଏକ ସାଧାରଣ ଆମ୍ବୁଲାନ୍ସ, ଲକଡାଉନ୍ କାରଣରୁ ଅନ୍ୟ ଯନ୍ତ୍ରାଂଶ କିଣିବାରୁ ଅସୁବିଧା ହୋଇଛି । ଆଗକୁ ଏମିତି ଅନେକ ବାଇକ୍ ଆମ୍ବୁଲାନ୍ସ ତିଆରି କରିବାର ଯୋଜନା ରହିଛି । ଏହାଦ୍ୱାରା ଗରିବ ଲୋକମାନେ ବିଷେଶ ଲାଭବାନ ହୋଇପାରିବେ ।

ସେ କହିଛନ୍ତି ଯେ, ଆମ୍ବୁଲାନ୍ସ ନିର୍ମାଣରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇବି ଗୁରୁତର ରୋଗୀଙ୍କୁ ଠିକ୍ ସମୟରେ ଡାକ୍ତରଖାନା ପହଂଚାଇ ପାରୁନାହାନ୍ତି । ଏପରିକି ଆମ୍ବୁଲାନ୍ସରେ ଯିବା ପାଇଁ ରୋଗୀଙ୍କ ସହ ଟଙ୍କା ଡିଲ୍ କରାଯାଉଛି । ଏପରି ସ୍ଥଳେ ବାଇକ୍‌-ଆମ୍ବୁଲାନ୍ସ ଲୋକମାନଙ୍କ ସାହାଯ୍ୟ କରିବା ବୋଲି ଆଶା ପ୍ରକଟ କରିଛନ୍ତି ।

You might also like