ଡାକ୍ତରଖାନାରୁ ଖସି ପଳଉଥିବା ଅଭିଯୁକ୍ତକୁ ଧରି କରୋନା ଆକ୍ରାନ୍ତ ହେଲେ ଆଇପିଏସ୍‌

ଭୋପାଳ: ମଧ୍ୟପ୍ରଦେଶର ନରସିଂହପୁରରେ ୨୦୧୭ ବ୍ୟାଚ୍‌ର ଜଣେ ଯୁବ ଆଇପିଏସ୍ ଅଧିକାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଅଧିକାରୀ ଏପ୍ରିଲ ୨୦ ରେ ନରସିଂହପୁର ଜିଲ୍ଲା ନିକଟସ୍ଥ ଜବଲପୁର ଯାଇ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଯାବେଦ ଖାନ୍‌କୁ ଗିରଫ କରିବା ପାଇଁ ଯାଇଥିଲେ। ଜାଭେଦ୍ ପୋଲିସ କର୍ମଚାରୀଙ୍କୁ ଚଖ୍‌ମା ଦେଖାଇ ଡାକ୍ତରଖାନାରୁ ପଳାଇ ଯାଇଥିଲେ।

ଜବଲପୁର କଲେକ୍ଟର ଭରତ ଯାଦବ କହିଛନ୍ତି ଯେ ପୂର୍ବରୁ ଏନ୍‌ଏସ୍‌ଏ ଆଇନ୍‌ ଅଧିନରେ ଗିରଫ ହୋଇଥିବା ଇନ୍ଦୋର ଜାଭେଦ ଖାନ ଖସି ପଳାଉଥିବା ବେଳେ ତାଙ୍କୁ ପୁର୍ନବାର ଗିରଫ କରିବାକୁ ଯାଇଥିବା ଏହି ଯୁବ ଆଇପିଏସ୍‌ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। ଜାଭେଦ ୧୯ଏପ୍ରିଲରେ ଜବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜ ହସ୍ପିଟାଲରୁ ପଳାଇ ଯାଇଥିଲେ।

ତେବେ ରିପୋର୍ଟ ଆସିବା ପରେ ଆଇପିଏସ୍‌ଙ୍କ ସହ ଯୋଗାଯୋଗ ଆସିଥିବା ଅନ୍ୟ ଅଧିକାରୀମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଏପ୍ରିଲ ୧୯ ରେ, ଡାକ୍ତରଖାନାରୁ ପଳାଇବା ପରେ ଜାଭେଦ୍ ଖାନ୍ ଜବଲପୁର ଉପକଣ୍ଠରୁ ଏକ ଟ୍ରକ୍‌କୁ ଲିଫ୍ଟ ମାଗି ନରସିଂହପୁରରେ ପହଞ୍ଚିଥିଲା। ସେଠାରୁ ସେ ଏକ ମୋଟର ସାଇକେଲରେ ଇନ୍ଦୋରକୁ ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ପୋଲିସ  ଏକ ଚେକ୍ ପୋଷ୍ଟରେ ନିକଟରେ ଜାବେଜ୍‌କୁ ଗିରଫ କରିଛି।

ଜାବେଦ ଖାନ୍‌ ଏବଂ ତାଙ୍କର ଅନ୍ୟ ତିନିଜଣ ବନ୍ଧୁଙ୍କ ସହ ଏପ୍ରିଲ ୭ ରେ ଇନ୍ଦୋରରେ ଜଣେ କନଷ୍ଟେବଳଙ୍କୁ ଆକ୍ରମଣ ଅଭିଯୋଗରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନୁଯାୟୀ ଗିରଫ କରାଯାଇଥିଲା। ଜାଭେଦ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଜବଲପୁର ଜେଲକୁ ପଠାଯାଇଥିଲା।

ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପରେ, ଏପ୍ରିଲ ୧୧ରେ ତାଙ୍କୁ ଜବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜବଲପୁରରେ ୪୩ ଜଣ କରୋନାରେ ଆକ୍ରାନ୍ତ ଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି।

 

 

 

ଆହୁରି ପଢ଼ନ୍ତୁ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like