ରାସ୍ତାରେ ଗଡ଼ୁଥିଲା ଜଳନ୍ତା କାର୍‌

ସୁରଟ: ରାଜରାସ୍ତାରେ ଜଳୁଥିଲା କାର। ଜଳି ଜଳି ଆଗକୁ ଚାଲିଥିଲା। ଯିଏ ଦେଖୁଥିଲା ଭୟରେ ଥରି ଯାଉଥିଲା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟରେ।

ବାଣରେ ଭର୍ତ୍ତି ଚଳନ୍ତା କାରରେ ଲାଗି ଯାଇଥିଲା ନିଆଁ।  ନିମିଷକରେ କାରଟି ସଂପୂର୍ଣ୍ଣ ଜଳିଗଲା।  ଗୁଜରାଟର ରାଜକୋଟରେ ଏହି ଜଳନ୍ତା କାରଟି ଗଡୁଥିଲା।

ତେବେ କାରରେ ନିଆଁ ଲାଗିଥିବା ବେଳେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ କାରରୁ ଡେଇଁ ପଡିଥିଲେ । ଆଉ ଜଳନ୍ତା ଅବସ୍ଥାରେ କାରଟି ଗଡି ଚାଲିଥିଲା । ଏହାକୁ ଦେଖି ଲୋକଙ୍କ ମଧ୍ୟରେ ଭୟ ସଂଚାର ହୋଇଥିଲା ।

You might also like