ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

କାଲିଫର୍ଣ୍ଣିଆ: ରାସ୍ତାରେ ସାଇକେଲ ଧରି ବୁଲୁଥିଲେ କୁନି କୁନି ପିଲା ଦୁଇଜଣ। ଖୁବ୍‌ ମସ୍ତି ମୁଡ୍‌ରେ ଥିଲେ। ହେଲେ ସେମାନେ ଜାଣି ନ ଥିଲେ, ଘର ସାମ୍ନାରେ ଏକ ମାଉଣ୍ଟ ଲାୟନ ଲୁଚି ଲୁଚି ସେମାନଙ୍କୁ ଦେଖୁଛି ବୋଲି। ଏହି ପୂରା ଘଟଣାକୁ ଜଣେ ବ୍ୟକ୍ତି ତାଙ୍କ ଫୋନରେ କଏଦ କରି ନେଇଛନ୍ତି ଏବଂ ଏହାକୁ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ସଚେତନ ବି କରିଛି। ଯେଉଁ ଅଞ୍ଚଳରେ ଜଙ୍ଗଲୀ ଜନ୍ତୁ ପଶି ଆସୁଛନ୍ତି ସେପରି ଅଞ୍ଚଳରେ ପିଲାଙ୍କୁ ଏକୁଟିଆ ଛାଡ଼ିବା କେତେ ବିପଦ ତାହା ଅନୁଭବ କରିଛନ୍ତି ଲୋକେ।

ଏହି ଭିଡିଓକୁ Timothy Kerrisk III ନାମକ ଜଣେ ବ୍ୟକ୍ତି ୟୁ ଟ୍ୟୁବରେ ଶେୟାର କରିଥିଲେ। ସେ ଏଥିରେ ଲେଖିଥିଲେ, ଏହା  ମୋ ଘର ସାମ୍ନାର ଦୃଶ୍ୟ। କାଲିଫର୍ଣ୍ଣିଆର ପେସିଫିକ୍‌ ଇଲାକାରେ ଏକ ମାଉଣ୍ଟ ଲାୟନ ସାଇକେଲ ଚଲାଉଥିବା ପିଲାମାନଙ୍କୁ ଛକି ବସିଥିଲା। ଏହି ଭିଡିଓଟି ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି।

ଭିଡିଓଟିରେ ଦେଖିବାକୁ ମିଳିଛି ମାଉଣ୍ଟେନ ଲାୟନଟି ଘର ସାମ୍ନାରେ ବସି ଛୋଟ ପିଲାଙ୍କ ଉପରେ ନଜର ରଖିଛି। ଅବଶ୍ୟ ପିଲାମାନେ ସିଂହଟିକୁ ଦେଖିନାହାନ୍ତି। ସେମାନେ ମନ ଖୁସିରେ ବୁଲୁଛନ୍ତି। ସିଂହଟି ଯେତେବେଳେ କହି ଆସିବାର ଆଭାସ ପାଉଛି, ପାଖେର ଛିଡା ହୋଇଥିବା ଏକ କାର ତଳେ ନିଜକୁ ଲୁଚାଇ ଦେଉଛି। ହେଲେ କିଛି ସମୟ ପରେ ସିଂହଟି ସେଠାରୁ ଚାଲି ଯାଉଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like