ଜନ୍ମବେଳେ ମରି ଯାଇଥିବା ଶିଶୁ ୩୦ ବର୍ଷ ପରେ ଫେରିଲା ! ଆଶ୍ଚର୍ଯ୍ୟ ହେଲେ ମା’….

ନୂଆଦିଲ୍ଲୀ: ସନ୍ତାନକୁ  ହରାଇବା ଦୁଃଖଠାରୁ ବଡ ଦୁଃଖ ଗୋଟିଏ ମା’ ପାଇଁ ଆଉ କ’ଣ ଥାଇପାରେ ? କାରଣ ସନ୍ତନକୁ ଦୁନିଆକୁ ଆଣିବା ପାଇଁ ମା’ଟିଏ ଯେତେ କଷ୍ଟ ସହିଥାଏ, ବଡ଼ କରିବା ଯେତିକି ପରିଶ୍ରମ, ତ୍ୟାଗ କରିଥାଏ । ତେଣୁ ସେ ସନ୍ତାନର ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରି ନ ଥାଏ। ହେଲେ ଏଠି ଆମେ କହିବୁ ଏମିତି ଜଣେ ମା’ର କଥା, ଯାହାଙ୍କ  ଜୀବନ କାହାଣୀ ଯେତିକି ଦୁଃଖଦ ସେତିକି ଆଶ୍ଚର୍ଯ୍ୟଜନକ ।

ମା’ଟିଏ  ନିଜ ସନ୍ତାନକୁ ଜନ୍ମଦେବାବେଳେ ଭାବିଥିଲା ଯେ, ସନ୍ତାନ ତାହାର ମରି ଯାଇଛି। ସନ୍ତାନକୁ ହରାଇବା ଦୁଃଖରେ ମରି ମରି ବଞ୍ଚିଥିଲା ମା’। ହେଲେ ଦୀର୍ଘ ୩୦ ବର୍ଷ ପରେ ଜାଣିବାକୁ ପାଇଲା ଯେ, ସେହି ସନ୍ତାନ ତାର ବଞ୍ଚିଛି। ଘଟଣାଟି କାଲିଫର୍ଣ୍ଣିଆର। ଟିନା ନମ୍ନୀ ଜଣେ ୧୭ ବର୍ଷୀୟ ଯୁବତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ପରିଦିନ ତାଙ୍କୁ କୁହାଗଲା କି ତାଙ୍କର ସନ୍ତାନ ଜନ୍ମର ମାତ୍ର କିଛି ମୁହୂର୍ତ୍ତ ପରେ ଆଖି ବୁଜି ଦେଇଛି।

ଦୁଃଖରେ ଭାଙ୍ଗି ପଡ଼ିଥିଲେ ଟିନା । ସନ୍ତାନକୁ  ହରାଇଥିଲେ ବି ତାଙ୍କ ମା‘ ମନ ବୁଝୁ ନ ଥିଲା। ପ୍ରତି ବର୍ଷ ସେଇ ନିର୍ଦ୍ଦିଷ୍ଟ ତାରିଖରେ ଝିଅର ଜନ୍ମଦିନ ପାଳୁଥିଲେ। ଇତି ମଧ୍ୟରେ ଅନେକ ବର୍ଷ ବିତି ଗଲା। ୩୦ ବର୍ଷ ପରେ ଟିନାଙ୍କୁ ଏକ ମେଲ୍‌ ମିଳିଥିଲା। ନ୍ୟୁ ଜର୍ସିର କ୍ରିଷ୍ଟିନା ନାମକ କେହି ଜଣେ ବ୍ୟକ୍ତି ଏହି ମେଲ୍‌ଟିକୁ  ପଠାଇଥିଲେ।  ମେଲ୍‌ ପଠାଇଥିବା ବ୍ୟକ୍ତି ଜଣକ ଦାବି କରିଥିଲେ ଯେ, ଟିନା ତାଙ୍କର ମା’ ଅଟନ୍ତି।

ମେଲ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଟିନା। ଏପରିକି କ୍ରିଷ୍ଟିନା ଦାବି କରିଥିଲେ ଯେ, ଟିନା ତାଙ୍କର ମା’ ଏବଂ ସେ ଏ ନେଇ ନିଶ୍ଚିତ ।  ଏହା ପରେ ଉଭୟଙ୍କ ମଧ୍ୟରେ ଅଲୋଚନା ହୋଇଥିଲା  ଓ ସହମତିରେ DNA  ପରୀକ୍ଷା ମଧ୍ୟ ହୋଇଥିଲା। ଆଉ ଖୁସିର କଥା ଉଭୟଙ୍କ DNA ମିଶି ଯାଇଥିଲା। DNA ଟେଷ୍ଟ ପରୀକ୍ଷା ପରେ କ୍ରିଷ୍ଟିନା ଟିନାଙ୍କୁ ଚିଠି ଲେଖି ସାକ୍ଷାତ ପାଇଁ ଅନୁରୋଧ କରିଥିଲେ।

ଏହି ଘଟଣା ଜଣାପଡ଼ିବା ପରେ ପ୍ରମାଣିତ ହୋଇଥିଲା ଯେ, ଜନ୍ମ ସମୟରେ ଟିନାଙ୍କ ସନ୍ତାନର ମୃତ୍ୟ ଖବର ଭୁଲ ଥିଲା।

ପ୍ରକୃତ କଥା ହେଲା, ଟିନାଙ୍କ ମାତୃତ୍ୱକୁ ନେଇ ତାଙ୍କର ମା’ ଖୁସି ନ ଥିଲେ। ଏପରିକି ଟିନାଙ୍କ ସହ ସେ ଭଲ ବ୍ୟବହାର ମଧ୍ୟ କରୁ ନ ଥିଲେ। ତେଣୁ ଟିନାଙ୍କ ସନ୍ତାନ କ୍ରିଷ୍ଟିନାକୁ ଅନ୍ୟ ହାତରେ ଟେକି ଦିଆଯାଇଥିଲା।  ତେବେ ଦୁଃଖର କଥା ସେଦିନର ସେଇ ଝିଅଟି ଇତି ମଧ୍ୟରେ ପୁଅ ହୋଇଯାଇଛି। ସେ ବିବାହ କରି ସାରିଛନ୍ତି ଏବଂ ତାଙ୍କ ସହ ତାଙ୍କ ପତ୍ନୀ ଓ ଗୋଟିଏ ସନ୍ତାନ ମଧ୍ୟ ଅଛନ୍ତି।

ତେବେ ୩୦ ବର୍ଷ ପରେ ଟିନା ତାଙ୍କ ସନ୍ତାନକୁ ଫେରି ପାଇବା ଖୁସିରେ ପାଗଳପ୍ରାୟ। ସେ କହିଛନ୍ତି, ପୁଅ ହେଉ ବା ଝିଅ ହେଉ ସେ ଏତେ ଦିନ ପରେ ତାଙ୍କ ସନ୍ତାନକୁ ଫେରି ପାଇଛନ୍ତି, ତାହା ହିଁ ତାଙ୍କ ପାଇଁ ସବୁଠାରୁ ବଡ ଖୁସି।

 

ଆହୁରି ପଢ଼ନ୍ତୁ

‘ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ’

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

You might also like