ଯୁବଗୋଷ୍ଠୀଙ୍କୁ ଆତଙ୍କୀ ସଂଗଠନରେ ସାମିଲ କରାଉଥିଲେ, ଗିରଫ ହେଲେ ଆତଙ୍କବାଦୀଙ୍କ ମା’, ଭଉଣୀ

ଶ୍ରୀନଗର: କାଶ୍ମୀରରେ ନିହତ ହୋଇଥିବା ଜଣେ ବ୍ୟକ୍ତି(ଆତଙ୍କବାଦୀ) ଙ୍କ ମା’ଙ୍କୁ ରାଇଫଲ ସହ ଫଟୋ ଉଠାଇବା ସହ ଆତଙ୍କବାଦୀ ଗୋଷ୍ଠୀରେ ଲୋକଙ୍କୁ ନିୟୋଜିତ କରିବା ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଗିରଫ କରାଯାଇଛି। ଏହା ବ୍ୟତୀତ ଆତଙ୍କବାଦୀ ନିଯୁକ୍ତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ କୁଲଗାମରେ ସକ୍ରିୟ ଥିବା ଜଣେ ଆତଙ୍କବାଦୀଙ୍କ ଭଉଣୀକୁ ମଧ୍ୟ ଗିରଫ କରିଛି।

ଜାମ୍ମୁ କାଶ୍ମୀର ପୋଲିସ ଅଧିକାରୀ ରବିବାର ଏହି ସୂଚନା ଦେଇଛି। ପୋଲିସ ଅଧିକାରୀ  ଜଣକ କହିଛନ୍ତି ଯେ, ଆତଙ୍କବାଦୀ ଅବ୍ବାସ ଶେଖଙ୍କ ଭଉଣୀ ତଥା ନିହତ ମାଓବାଦୀ ତୌସିଫଙ୍କ ମାତା ନାସିମା ବାନୋଙ୍କୁ ଜୁନ୍ ୨୦ରେ ବେଆଇନ କାର୍ଯ୍ୟକଳାପ  ଅଧିନିୟମ ଅନୁଯାୟୀ ଗିରଫ କରାଯାଇଥିଲା। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି ଯେ, ମହିଳା (ବାନୋ) ଯୁବକମାନଙ୍କୁ ଆତଙ୍କବାଦୀ ପଦବୀରେ ନିୟୋଜିତ କରିବାରେ ସମ୍ପୃକ୍ତ ଥିଲେ। ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ,  ଗିରଫ ମହିଳାଙ୍କ ଚିତ୍ର ସାମ୍ନାକୁ ଆସିଥିଲା,  ଯେଉଁଥିରେ ସେ ପୁଅ ସହିତ ଅସ୍ତ୍ର ଚାଳନା କରୁଥିଲେ। ବର୍ତ୍ତମାନ ତାଙ୍କ ପୁଅ ଜଣେ ସକ୍ରିୟ ଆତଙ୍କବାଦୀ  ।

ବିନା ପ୍ରମାଣରେ ଆତଙ୍କବାଦୀ ପରିବାରକୁ ଜାମ୍ମୁ କାଶ୍ମୀର ପୋଲିସ ଟାର୍ଗେଟ କରୁଛି ବୋଲି ଅଭିଯୋଗ ଆସିଛି । ହେଲେ  ଏହି ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରିଛି ପୋଲିସ। ଆଇନ ଅନୁଯାୟୀ ଉଭୟଙ୍କୁ ଗିରଫ କରାଯାଇଛି ବୋଲି ବିଭାଗ କହିଛି। କାଶ୍ମୀର ଜୋନ୍ ପୋଲିସ୍ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି ଯେ, ଜାମ୍ମୁ କାଶ୍ମୀର ପୋଲିସ ବିନା ପ୍ରମାଣରେ ଆତଙ୍କବାଦୀଙ୍କ ପରିବାରକୁ ଟାର୍ଗେଟ କରୁନାହିଁ।

ସକ୍ରିୟ ସନ୍ତ୍ରାସବାଦୀ ଅବ୍ବାସ ଶେଖଙ୍କ ଭଉଣୀ ତଥା ନିହତ ଆତଙ୍କବାଦୀ ତୌସିଫଙ୍କ ମା‘ ନାସିମା ବାନୋଙ୍କୁ ୨୦ ଜୁନ୍ ୨୦୨୦ରେ  ଗିରଫ କରାଯାଇଥିଲା। ଯୁବକମାନଙ୍କୁ ସନ୍ତ୍ରାସବାଦୀ ପଦବୀରେ ନିୟୋଜିତ କରିବାରେ କାମରେ ଉଭୟେ ସମ୍ପୃକ୍ତ ଥିବାରୁ ତାଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

ଚାଇନାକୁ ଦୃଢ଼ ଯବାବ ଦେଇଛି ଭାରତ

କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ମୃତ୍ୟୁ ଭୟରେ ନ୍ୟୁଜ ଚାନେଲ୍‌ରେ ଆତ୍ମସର୍ମପଣ କରିବାକୁ ଚାହୁଁଛି ବିକାଶ ଦୁବେ

ଏନ୍‌କାଉଣ୍ଟରରେ ଅପରାଧୀ ବିକାଶ ଦୁବେର ୨ ସହଯୋଗୀ ନିହତ

You might also like