କୋଭିଡ୍‌ ସ୍ଥିତିରେ ଅଯଥାରେ ପଦାକୁ ଯାଅନି: କେନ୍ଦ୍ର

ନୂଆଦିଲ୍ଲୀ: ୮ ରାଜ୍ୟରେ କରୋନା ସ୍ଥିତି ସାଂଘାତିକ। ଦେଶରେ କୋଭିଡ୍ ସ୍ଥିତି ନେଇ ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ। ସବୁ ରାଜ୍ୟରେ ପୂର୍ବ ଅପେକ୍ଷା ଏବେ ଅଧିକ ମାମଲା ସାମ୍ନାକୁ ଆସୁଛି। ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ ରହିଛି। ଏସବୁ ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜରାଟ, ତାମିଲନାଡୁରେ ସାଙ୍ଘାତିକ ସ୍ଥିତି ରହିଛି।

ତେବେ ଦେଶରେ ୮୨ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ଅଛନ୍ତି। ୧୪ କୋଟି ଲୋକଙ୍କୁ ଟିକା ଦିଆଯାଇଛି। ଅନ୍ୟପଟେ ସ୍ୱଳ୍ପ ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ପରାମର୍ଶ ଦେଇଛନ୍ତି।  ସବୁ ହୋମ୍ ଆଇସୋଲେସନ ମାମଲାକୁ ନଜର ରଖିବାକୁ ହେବ ବୋଲି ସେ କହିଛନ୍ତି।

ସେପଟେ ଘରେ ବି ରହିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଅଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍। ସେ କହିଛନ୍ତି ଯେ ମାସ୍କ ପିନ୍ଧିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଘରେ ପରିବାର ସହ ଥିଲେ ବି ମାସ୍କ ପିନ୍ଧନ୍ତୁ ବୋଲି ଭି କେ ପଲ କହିଛନ୍ତି। ସେହିପରି ବର୍ତ୍ତମାନ କୋଭିଡ୍ ସ୍ଥିତିରେ ଅଯଥାରେ ପଦାକୁ ବାହାରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ଅନ୍ୟ ଲୋକଙ୍କୁ ବି ଘରକୁ ଡାକନ୍ତୁ ନାହିଁ ବୋଲି ସେ କହିଛନ୍ତି।

You might also like