୧୦ ହଜାର ହସ୍ପିଟାଲ ବେଡ୍ ସଂରକ୍ଷିତ ରଖ: କେଜରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଦେଶର ରାଜଧାନୀରେ ଥିବା ସରକାରୀ ହସ୍ପିଟାଲ ଓ କିଛି ଘରୋଇ ହସ୍ପିଟାଲରେ ୧୦ ହଜାର୍ ବେଡ୍ ସଂରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ବେଡ୍ ଅଭାବ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାସହ ଦିଲ୍ଲୀର ସୀମା ସିଲ୍ ଖୋଲିବାକୁ କହିଛନ୍ତି।

ପୂର୍ବରୁ ଦିଲ୍ଲୀକୁ ଚିକିତ୍ସା ପାଇଁ ପଶି ଆସୁଥିବାରୁ ସୀମା ସିଲ୍ କରାଯାଇଥିଲା ହେଲେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନିଆଯାଇଛି। କେଜରିଓ୍ୱାଲ ଏନେଇ ସ୍ପଷ୍ଟ କରି କହିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ଅଧିନରେ ଥିବା ୧୦ ହଜାର ବେଡ୍ ଦିଲ୍ଲୀବାସୀଙ୍କ ପାଇଁ ସଂରକ୍ଷିତ ରହିବ। ତେବେ ବାକି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବେଡ୍ ଅନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

ସ୍ୱତନ୍ତ୍ର ଚିକିତ୍ସା ପ୍ରଦାନ କରୁଥିବା ହସ୍ପିଟାଲ ସମସ୍ତଙ୍କ ପାଇଁ ଖୋଲା ରହିବ ବୋଲି କେଜରିଓ୍ୱାଲ କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଡାକ୍ତରୀ ଦଳର ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀ ଆଗୁଆ ଏ ନିଷ୍ପତ୍ତି ନେଇଛନ୍ତି। ଜୁନ୍ ଶେଷ ସୁଦ୍ଧା ଦିଲ୍ଲୀରେ ୧୫ ହଜାର ବେଡ୍ ଆବଶ୍ୟକ ବୋଲି ଏ କମିଟି ପରାମର୍ଶ ଦେଇଥିଲା।

You might also like