ସୀମାରେ ସେନା ସଂଖ୍ୟା ବଢ଼ାଇଲା ଭାରତ

ନୂଆଦିଲ୍ଲୀ: ୩,୪୮୮ କିମି ବିଶିଷ୍ଟ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଭାରତ।  ସେପଟେ ଚାଇନା ସୈନ୍ୟ ସଂଖ୍ୟା ବଢ଼ାଉଥିବା ବେଳେ ଭାରତ ତାକୁ ଚେକ୍ ଦେବାକୁ ଏଭଳି ନିଷ୍ପତ୍ତି ନେଇଛି। କେବଳ ଆର୍ମି ନୁହେଁ, ଭାରତ- ତିବ୍ବତ ପୁଲିସ ମଧ୍ୟ ଘଟଣା ସ୍ଥଳରେ ସୈନ୍ୟ ସରଞ୍ଜାମ ଧରି ସୀମାକୁ ଯାଇଛନ୍ତି।

ଶନିବାର ଲେଫ୍ଟନାଣ୍ଟ ଜେନେରାଲ୍‌ ପରମଜିତ ସିଂହ, ମିଲିଟାରୀ ଅପରେସନ୍‌ର ଡାଇରେକ୍ଟର ଜେନେରାଲ୍ ଏବଂ ଆଇଟିବିପି ମୁଖ୍ୟ ଏସ୍‌ଏସ୍‌ ଦେଶୱାଲ୍‌ ଭିସିଟେଡ୍‌ ଲେହ ସ୍ତିତି ସମୀକ୍ଷା ପରେ ଅଧିକ ଆଇଟିବିପି ଯବାନଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଣୁ ସୈନ୍ୟ ମୁତୟନ କରୁଛି ଭାରତ।

ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନାନୁସାରେ, ପୂର୍ବରୁ ସୀମାରେ ଆବଶ୍ୟକ ପରିମାଣରେ ଯବାନ ମୁତୟନ କରାଯାଇଥିଲା। ଏବେ ଏହି ସଂଖ୍ୟାକୁ ଆହୁରି ବଢ଼ାଯାଉଛି। ସବୁ ପେଟ୍ରୋଲିଂ ପଏଣ୍ଟରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ ପରିବର୍ତ୍ତେ ଏକ କମ୍ପାନୀ ସୈନ୍ୟ ପଠାଯାଇଛି। ଗୋଟିଏ ପ୍ଲାଟୁନ୍‌ରେ ୩୦ ଯବାନ ଥିବା ବେଳେ କମ୍ପାନୀର ୧୦୦ ଯବାନ ଅଛନ୍ତି।

ଜାତୀୟ ସୁରକ୍ଷା ପରିଷଦର ସୂଚନା ଅନୁସାରେ ଏବେବି ଗଲୱାନ ଭ୍ୟାଲି, ହଟ୍ ସ୍ପ୍ରିଙ୍ଗ ଏବଂ ପୋଙ୍ଗୟାଙ୍ଗ ହ୍ରଦର ନିକଟରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି।

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like