ଜମ୍ମୁ-କାଶ୍ମୀର ବିପୁଳ ପରିମାଣରେ ଭୋଟିଂ ଦେଖି ମୋଦି କହିଲେ ଗର୍ବର ବିଷୟ

ଶ୍ରୀନଗର: ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରେ ବିପୁଳ ପରିମାଣରେ ମତଦାନ ଦେଖି ବେଶ୍‌ ଖୁସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଜମ୍ମୁ-କାଶ୍ମୀର ବ୍ଲକ୍‌ ଉନ୍ନୟନ ପରିଷଦ ନିର୍ବାଚନରେ ପ୍ରଥମ ଥର ପାଇଁ ୯୮% ମତଦାନ ହୋଇଛି। ଧାରା ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ନିର୍ବାଚନ ଥିଲା। ଏହି ଏତେ ପରିମଣରେ ମତଦାନକୁ ଖବର ଶୁଣି ଖୁସି ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦିଓ ପ୍ରମୁଖ ରାଜନୀତିକ ବ୍ୟକ୍ତିମାନଙ୍କୁ ଅଟକ ରଖାଯାଇଛି ଏହାର ପ୍ରଭାବ ମତଦାନ ଉପରେ ପଡ଼ିନାହିଁ। ଅଗଷ୍ଟ ୫ ପୂର୍ବରାତିରୁ ଏହି କଟକଣା ଲାଗିଛି।

ରାଜ୍ୟର ୩୧୬ ବ୍ଲକ୍‌ରୁ ୨୮୦ ବ୍ଲକ୍‌ରେ ନିର୍ବାଚନ ହୋଇଥିଲା। ୨୭ଟି ବ୍ଲକ୍‌ରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଜମ୍ମୁ-କାଶ୍ମୀର ମୁଖ୍ୟ ନିର୍ବାଚନ କମିଶନର (ସିଇଓ) ଶୈଳେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି। ବିଜେତାଙ୍କ ମଧ୍ୟରୁ ୨୧୭ ଜଣ ସ୍ୱାଧୀନ ପ୍ରାର୍ଥୀ। ବିଜେପି ୮୧ଟି ଆସନରେ ଜିତିଥିବାବେଳେ କଂଗ୍ରେସ ଏବଂ ଜମ୍ମୁ-କାଶ୍ମୀର ପାନ୍ଥେରସ୍‌ ପାର୍ଟି ଗୋଟିଏ ଲେଖାଏ ଆସନରେ ଜିତିଛନ୍ତି।

ଅକ୍ଟୋବର ୨୪ ତାରିଖର ଏହି ନିର୍ବାଚନରେ ଏତେ ମତଦାନ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଜମ୍ମୁ, କାଶ୍ମୀର, ଲେହ ଏବଂ ଲଦାଖରେ ବିଡିସି ନିର୍ବାଚନରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପନ୍ନ ହୋଇଛି। ଏଠାରେ ଆଦୌ ହିଂସା ହୋଇନି। ଏହା ହିଁ ପ୍ରମାଣିତ କରୁଛି ଲୋକେ ଗଣତନ୍ତ୍ର ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ତୃଣମୂଳ ସ୍ତରର ପ୍ରଶାସନିକ ବ୍ୟବସ୍ଥାର ଗୁରୁତ୍ୱକୁ ସେମାନେ ବୁଝିପାରିଛନ୍ତି।”

ମୋଦି ଆହୁରି ମଧ୍ୟ କହିଛନ୍ତି, “ଅଗଷ୍ଟ ମାସରେ ନିଆଯାଇଥିବା ନିଷ୍ପତ୍ତି ଭାରତର ସଂସଦକୁ ଗର୍ବିତ କରିଛି। ଅତ୍ୟୁତ୍ସାହ ସହ ଜମ୍ମୁ-କଶ୍ମୀର ଲୋକେ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି। ବିନା କୌଣସି ହିଂସା ଏବଂ ବାଧାବିଘ୍ନରେ ୯୮% ମତଦାନ ହୋଇଛି।”

You might also like