କରୋନା ଅପ୍ଡେଟ୍: ୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଶେଷ ଦିନରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮ ହଜାର ୩୮୦ ସଂକ୍ରମିତ ଚିହ୍ନଟ ହୋଇଥିବା ୧୯୩ ଜଣଙ୍କ ମୃତ୍ୟୁ ହୋଇଛି।
ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୧୬୪ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୧୪୩କୁ ବୃଦ୍ଧି ପାଇଛି।
ଏବେ ଦେଶରେ ୮୯ ହଜାର ୯୯୫ ଆକ୍ଟିଭ୍ କେସ୍ ଥିବା ସହ ସୁସ୍ଥ ହେଲେଣି ୮୬ ହଜାର ୯୮୩ ଜଣ।
ମହାରାଷ୍ଟରେ ସର୍ବାଧିକ ୬୫ ହଜାର ୧୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧ଶହ ୯୭ରେ ପହଞ୍ଚିଛି। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ଲକ୍ଡାଉନକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ସେହିଭଳି କମ୍ ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରୁ ଆଣ୍ଡାମାନ ନିକୋବାରରେ ସମସ୍ତ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଯାଇଥିବାରୁ ଏହି ଦ୍ୱୀପାଞ୍ଚଳ କରୋନା ମୁକ୍ତ ହୋଇଛି। ତା ସହିତ ମିଜୋରମ ମଧ୍ୟ କରୋନା ମୁକ୍ତି ହୋଇଛି। ଏଠାରେ ଜଣେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସିଏ ସୁସ୍ଥ ହୋଇଯାଇଛନ୍ତି।