ଗୋଟିଏ ଦିନରେ ସର୍ବାଧିକ ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ପାର୍ କରିଛି କୋଭିଡ୍-19 ମାମଲା। ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୬,୯୧୯ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୪ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୬୦ ନୂଆ ମୃତ୍ୟୁ ସହ ଦେଶରେ ମୃତ୍ୟୁ ସଂଖ୍ୟା ୬ହଜାର ୭୫ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୧ ଲକ୍ଷ ୬ ହଜାର ୭୩୭ ରହିଥିବା ବେଳେ ୧ ଲକ୍ଷ ୪ ହଜାର ୧୦୭ ଜଣ ସୁସ୍ଥ ହୋଇଛନ୍ତି।

ତେବେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ କରୋନାରେ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ସର୍ବାଧିକ ୭୪,୮୬୦ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ୫୮୭କୁ ପାର୍ କରିଛି। ଗୁଜରାଟରେ ୧ ହଜାର୧୨୨, ଦିଲ୍ଲୀରେ ୬୦୬, ମଧ୍ୟପ୍ରଦେଶରେ ୩୭୧ ଜଣଙ୍କ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି।

ପଶ୍ଚିମବଙ୍ଗରେ ୩୪୫, ଉତ୍ତରପ୍ରଦେଶରେ ୨୨୯, ରାଜସ୍ଥାନରେ ୨୦୯ ମୃତ୍ୟୁ ସଂଖ୍ୟା ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

COVID-19 ରାଜ୍ୟସ୍ତରୀୟ ତଥ୍ୟ

S. No.Name of State / UTActive Cases*Cured/Discharged/Migrated*Deaths**Total Confirmed cases*
1Andaman and Nicobar Islands033033
2Andhra Pradesh15462466684080
3Arunachal Pradesh371038
4Assam125541341672
5Bihar22882077254390
6Chandigarh822145301
7Chhattisgarh4781882668
8Dadar Nagar Haveli7108
9Delhi13497954260623645
10Goa2257079
11Gujarat476612212112218100
12Haryana18421089232954
13Himachal Pradesh2041505359
14Jammu and Kashmir18161007342857
15Jharkhand4263215752
16Karnataka24961514534063
17Kerala832651111494
18Ladakh4148190
19Madhya Pradesh277254453718588
20Maharashtra3994432329258774860
21Manipur80380118
22Meghalaya1913133
23Mizoram131014
24Nagaland580058
25Odisha965141672388
26Puducherry5725082
27Punjab3002029472376
28Rajasthan269967442099652
29Sikkim2002
30Tamil Nadu113481431620825872
31Telengana13651556993020
32Tripura2951730468
33Uttarakhand79528281085
34Uttar Pradesh332451762298729
35West Bengal358325803456508
Cases being reassigned to states74837483
Total#1067371041076075216919
You might also like