କରୋନା କବଳରେ ବିଶ୍ୱ: ଜାଣନ୍ତୁ, କେଉଁ ଦେଶରେ କେତେ ଆକ୍ରାନ୍ତ?

ନ୍ୟୁୟର୍କ: ବିଶ୍ୱରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମୃତ୍ୟୁ। ଅଦ୍ୟାବଧି ୨ ଲକ୍ଷ ୭ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ କେବଳ ଆମେରିକାରେ ୫୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତାସହ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାଖାପାଖି ପହଞ୍ଚିଛି।

ଆମେରିକା ତଳକୁ ରହିଛି ସ୍ପେନ୍। ସ୍ପେନ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୨୯ ହଜାର ପାର ସହ ମୃତ୍ୟୁ ସଂଖ୍ୟା ୨୩ ହଜାର ୫ ଶହ ଛୁଇଁଛି। ସେହିଭଳି ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୭ ହଜାର ୬୭୫ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୨୬ ହଜାର ୬୪୪ରେ ପହଞ୍ଚିଛି।

ଫ୍ରାନ୍ସରେ ୧ ଲକ୍ଷ ୬୨ ହଜାର ଆକ୍ରାନ୍ତ ହୋଇଥିବା ବେଳେ ପାଖାପାଖି ୨୩ ହଜାରରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା।  ଜର୍ମାନୀ ଓ ଇଂଲଣ୍ଡରେ ଦେଢ଼ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲା ବେଳେ ଇଂଲଣ୍ଡରେ ମୃତ୍ଯୁ ସଂଖ୍ୟା ୨୦ ହଜାର ପାର୍ କରିଛି।

ସେହିପରି ଭାରତରେ ୬୩୬୧ ଜଣ ସୁସ୍ଥ ହୋଇଥିବାରୁ ଏବେ ଆକ୍ଟିଭ୍ କେଶ୍ ୨୧ ହଜାର ୧୩୨ ରହିଛି।

You might also like