୪୦ ଲକ୍ଷ ପାର କଲା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନ୍ୟୁୟର୍କ: ସାରା ବିଶ୍ୱରେ ୪୦ ଲକ୍ଷ ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା। ବର୍ତ୍ତମାନ ବିଶ୍ୱରେ କରୋନା ପଜିଟିଭ ସଂଖ୍ୟା ୪୦ ଲକ୍ଷ ୬ହଜାରରୁ ଅଧିକ ରହିଛି। ବିଶ୍ୱର ୨୧୨ଟି ଦେଶରେ କାୟା ବିସ୍ତାର କରିଛି ମାରାତ୍ମକ କରୋନା। ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୨ ଲକ୍ଷ ୭୫ ହଜାରରୁ ଅଧିକ ଲୋକ। ସେହିପରି ସୁସ୍ଥ ହୋଇଛନ୍ତି ୧୩ ଲକ୍ଷ ୩୭ ହଜାରରୁ ଅଧିକ ଆକ୍ରାନ୍ତ। ତେବେ ଏବେ ସୁଦ୍ଧା ସବୁଠୁ ଅଧିକ ପ୍ରଭାବିତ ହେବାରେ ଲାଗିଛି ସୁପର ପାୱାର୍ ଆମେରିକା।

ପ୍ରତିଦିନ ଦେଶରେ ହଜାର ହଜାର ଲୋକେ ଆକ୍ରାନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟାରେ ଲଗାମ୍ ଲଗାଇବାରେ ବିଫଳ ହୋଇଛି ଆମେରିକା। ଆମେରିକାରେ ଗତ ୨୪ ଘଣ୍ଟାରେ ୧୫୭୦ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୭୮ ହଜାର ପାର କରିଛି।

ହେଲେ ଆଶ୍ୱସ୍ତିକର ଖବର ହେଉଛି ଆମେରିକାରେ ୨ ଲକ୍ଷ ୨୨ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଆମେରିକା ପରେ ଅଧିକ ପ୍ରଭାବିତ ହୋଇଛି ୟୁରୋପ। ବିଶ୍ୱରେ ଆକ୍ରା ନ୍ତଙ୍କ ସଂଖ୍ୟା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ସ୍ପେନ୍। ୨ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ସେହିପରି ଇଟାଲି ଓ ୟୁକେରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୩୦ ହଜାର ପ୍ରାଣ ହରାଇଲେଣି। ତେବେ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଉପରେ କିଛିଟା କାବୁ କରିଛି ଜର୍ମାନୀ। ଦେଶରେ ମୃତ୍ୟୁ ସଂଖ୍ୟା ୭ ହଜାର ୩ ଶହରେ ସୀମିତ ଥିବା ବେଳେ ଲକ୍ଷେ ୭୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like