ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩୦ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩୦,୧୬,୨୬,୦୩୮ଙ୍କୁ ଟିକା ଦିଆଯାଇଛି, ଯେଉଁଥିରେ ଉଭୟ  ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଅନ୍ତର୍ଭୁକ୍ତ  । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪,୮୯,୫୯୯ ଲୋକଙ୍କର ଟିକାକରଣ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଏବେ ସୁଦ୍ଧା ଦେଶରେ ୩୦,୧୬,୨୬,୦୩୮ ଡୋଜ୍ ଟିକା ଦିଆଯାଇଛି ।  ଯେଉଁଥିରେ ୨୪,୮୨,୨୪,୯୨୬ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୫,୩୪,୦୧,୧୦୩ ଲୋକ ଉଭୟ ଡୋଜ୍ ଟିକା ଦିଆଯାଇଛି ।

  • ୧,୦୧,୫୮,୯୧୫ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଏବଂ ୭୧,୩୨,୮୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି।
  • ୧,୭୩,୦୩,୬୫୮ କରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଏବଂ ୯୧,୮୫,୧୦୬ ଦ୍ୱିତୀୟ ଡୋଜ ଦିଆଯାଇଛି ।
  • ଏହା ବ୍ୟତୀତ ୬୦ ବର୍ଷରୁ ଅଧିକ ୬,୬୧,୬୧,୦୦୪ ଲୋକଙ୍କୁ ପ୍ରଥମ ଏବଂ ୨,୨୨,୨୯,୫୪୩ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି ।
  • ୪୫ ରୁ ୫୯ ବର୍ଷ ବୟସର ୮,୩୯,୩୮,୬୮୩ ଲୋକଙ୍କୁ ପ୍ରଥମ ଏବଂ ୧,୩୩,୫୧,୪୮୮ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି।
  • ଏଥି ସହିତ ୧୮ ରୁ ୪୪ ବର୍ଷ ବୟସର ୭,୦୬,୬୨,୬୬୫ ଲୋକ ପ୍ରଥମ ଡୋଜ ପାଇଛନ୍ତି ଏବଂ ୧୫,୦୨,୦୭୮ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଜୁନ୍ ୨୧ରୁ ଲାଗୁ ହୋଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ଗତ ତିନି ଦିନ ମଧ୍ୟରେ ଦୁଇ କୋଟିରୁ ଅଧିକ ଟିକା ଡୋଜ ଦିଆଯାଇଛି । ତିନି ଦିନରେ ୨,୦୭,୨୧,୫୬୩ ଟିକା ଡୋଜ ଦିଆଯାଇଛି |

Other Stories