NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାଡାରରେ ଏବେ ବଲିଉଡର୍ ୨୦ରୁ ଅଧିକ କଳାକାର। A ଲିଷ୍ଟର୍ ଷ୍ଟାରଙ୍କୁ ଜେରା ପରେ ଆହୁରି କିଛି ଅଭିନେତ୍ରୀ ଏବଂ ଅଭିନେତାଙ୍କୁ ଜେରା କରିପାରେ ଏନସିବି। ଦୀପିକା, ସାରା, ଶ୍ରଦ୍ଧା ଏବଂ ରକୁଲପ୍ରୀତଙ୍କୁ ପଚରାଉଚରା ପରେ ଏନେଇ ସୁରାକ୍ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ସେମାନଙ୍କ ମୋବାଇଲରୁ କିଛି ତଥ୍ୟ ଏନସିବି ପାଖରେ ମିଳିଥିବା ଜଣାପଡ଼ିଛି। ସେହିଭଳି ଧର୍ମାଟିକ୍ ଏଣ୍ଟରଟେନମେଣ୍ଟର ପୂର୍ବତନ କର୍ମଚାରୀ କ୍ଷୀତିଜଙ୍କୁ ଜେରା କରିବା ପରେ ଡ୍ରଗ୍ସ ପେଡଲରଙ୍କ ସମ୍ପର୍କରେ ଆଉ କିଛି ସୂଚନା ଏନସିବି ହାତରେ ଲାଗିଛି।

ଡ୍ରଗ୍ସ ବଲିଉଡକୁ କିପରି ଆସୁଥିଲା? ଡ୍ରଗ୍ସକୁ କିପରି ପହଞ୍ଚା ଯାଉଥିଲା ଏବଂ ଏଥିରେ ଅନ୍ୟ କେଉଁ ଷ୍ଟାର୍ ଜଡ଼ିତ ସେ ନେଇ ଖୋଳତାଡ଼ ହେଉଛି। ତେବେ ଡ୍ରଗ୍ସ ଲିଙ୍କ୍ ମାମଲାରେ କରନ୍ ଜୋହରଙ୍କ ପାର୍ଟି ଭିଡିଓକୁ ନେଇ ତଦନ୍ତ କରିପାରେ ଏନସିବି।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ପାର୍ଟିରେ ଦୀପିକାଙ୍କ ସମେତ ଥିବା ଅନ୍ୟ ଅଭିନେତାଙ୍କୁ ତଦନ୍ତ ପରିସରକୁ ନିଆଯାଇପାରେ।  ପାର୍ଟିରେ ଡ୍ରଗ୍ସ ନିଆଯାଇଥିବା ଅଭିଯୋଗକୁ ତଦନ୍ତ କରିପାରେ ଏନସିବି।

ଏହାପୂର୍ବରୁ କରନ୍ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି, ପାର୍ଟିରେ ଡ୍ରଗ୍ସ ନିଆଯାଇନି ବୋଲି ସେ କହିଥିଲେ। ସେପଟେ ଗତକାଲି ସଂଧ୍ୟାରେ ଅଚାନକ ମୁମ୍ବାଇ ପହଞ୍ଚି ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ବୁଝିଛନ୍ତି ଏନସିବି ମୁଖ୍ୟ ରାକେଶ ଆସ୍ଥାନା। SIT ଓ ମୁମ୍ବାଇ ଟିମ୍ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ଅନୁମାନ କରାଯାଉଛି କି ଏଥର କିଛି ଅଭିନେତାଙ୍କୁ ଡ୍ରଗ୍ସ ଲିଙ୍କରେ ସମନ୍ କରାଯାଇପାରେ।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like