ପଞ୍ଜାବରେ ୧୫୦୦ରୁ ଅଧିକ ମୋବାଇଲ ଟାୱାର କ୍ଷତିଗ୍ରସ୍ତ

ରାଗ ଶୁଝାଉଛନ୍ତି କୃଷକ । ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ! ସର୍ବସାଧାରଣ ସମ୍ପତ୍ତି ନଷ୍ଟ କଲେ ସହ୍ୟ କରାଯିବନି

ପଞ୍ଜାବ : ପଞ୍ଜାବରେ ମୋବାଇଲ୍‌ ଟାୱାରଗୁଡ଼ିକ ଉପରେ ସିଧାସଳଖ କୃଷକ ଆନ୍ଦେ।ଳନର ପ୍ରଭାବ ପଡ଼ୁଛି । ମୋବାଇଲ୍‌ ଟାୱାର ନଷ୍ଟ କରି ରାଗ ଶୁଝାଉଛନ୍ତି ଚାଷୀ । କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନକୁ ମାସେ ପୁରି ଦ୍ୱିତୀୟ ମାସ ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ପଞ୍ଜାବରେ ୧୫୦୦ରୁ ଅଧିକ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହେ।ଇସାରିଛି । ଅନେକ ମୋବାଇଲ ଟାୱାରରୁ ବିଦ୍ୟୁତ ସରବରାହ କାଟି ଦିଆଯାଇଛି ତ , ଆଉ କେତେକ ସ୍ଥାନରେ  ତାରକୁ ଜଳାଇ ଦିଆଯାଇଛି । ଅମ୍ବାନୀକୁ ବିରେ।ଧ କରି ପଞ୍ଜାବର ଅନେକ ସ୍ଥାନରେ ରିଲାଏନ୍ସ ଜିଓର ଟାୱାରକୁ ନଷ୍ଟ କରିଦେଇଛନ୍ତି କୃଷକ। କେତେକ କ୍ଷେତ୍ରରେ ଚାଷୀମାନେ ଜିଓର ଫାଇବର କେବୁଲରେ ମଧ୍ୟ ନିଆଁ ଲଗାଇଦେଇଥିବାର ଜଣାପଡିଛି । ଆଉ  ଏହାଦ୍ୱାରା ଦୂରସଂଚାର ସମ୍ପର୍କ ବ୍ୟବସ୍ଥାରେ ବାଧା ଉପୁଜିଛି । ଏହା ପୂର୍ବରୁ କୃଷକମାନେ କୃଷି ଆଇନକୁ ବିରେ।ଧ କରିବାକୁ ଯାଇ ରିଲାଏନ୍ସ ପେଟ୍ରେ।ଲ ପମ୍ପ ଓ ରିଲାଏନ୍ସ ରିଟେଲ ଗୁଡ଼ିକ ନଷ୍ଟ କରିଥିବାର ଅଭିଯେ।ଗ ଆସିଥିଲା ।

ଏବେ ସୁଦ୍ଧା ୧୫୦୦ରୁ ଅଧିକ ମୋବାଇଲ ଟାୱାରକୁ ଚାଷୀମାନେ ନଷ୍ଟ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବରେ ୧୭୬ ରୁ ଅଧିକ ଟେଲିକମ୍ ଟାୱାର ନଷ୍ଟ ହୋଇଯାଇଛି ।  ଗତ କିଛି ଦିନ ଭିତରେ ପଞ୍ଜାବରେ ମୋବାଇଲ୍‌ ଟାୱାରର ବିଜୁଳି ତାର କଟିବା ପରି ଘଟଣା ସବୁ ଘଟୁଛି । ତେବେ ଏଇଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏସବୁ କରିବା ଦ୍ୱାରା କ’ଣ ଲାଭ ପାଉଛନ୍ତି କୃଷକ । ନୂତନ କୃଷି ଆଇନ୍ ‌ରୁ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରି ଶିଳ୍ପପତିମାନେ ଉପକୃତ ହେବେ ବୋଲି ଚାଷୀମାନେ ଭାବୁଛନ୍ତି । ଆଉ ଏଥିପାଇଁ କୃଷକମାନେ ଏହି କମ୍ପାନୀ ଗୁଡ଼ିକର ଉତ୍ସ ଉପରେ ନିଜର ବିରକ୍ତ ଓ କ୍ରୋଧକୁ ପ୍ରକାଶ କରୁଛନ୍ତି ।

ଚାଷୀମାନେ ମୁଖ୍ୟତଃ ମୋବାଇଲ ନେଟୱାର୍କକୁ ଯାଉଥିବା ବିଦ୍ୟୁତ ବ୍ୟବସ୍ଥାକୁ କାଟି ଦେଉଛନ୍ତି, ଯାହାଫଳରେ ମୋବାଇଲ ନେଟୱାର୍କ ଅଚଳ ହୋଇପଡୁଛି । ସୂତ୍ର ଅନୁସାରେ ଗତ ଶନିବାର ଯାଏ ୧୪୧୧ଟି ମୋବାଇଲ୍ ଟାୱାରକୁ ନଷ୍ଟ କରିଦେଇଛନ୍ତି କୃଷକ ଏବଂ ସୋମବାର ପର୍ଯ୍ୟନ୍ତ ଏହି ସଂଖ୍ୟା ୧୫୦୦ ଅତିକ୍ରମ ହୋଇଛି ।

ଜଳନ୍ଧରରେ ଜିଓର ତାରକୁ ଜଳାଇ ଦିଆଯାଇଥିଲା । ପଞ୍ଜାବରେ ରହିଛି ଜିଓର ୯୦୦୦ଟି ମୋବାଇଲ୍‌ ଟାୱାର  । ଅଧିକାଂଶ ଟାୱାରର ପାୱାର ସପ୍ଲାଇ ବନ୍ଦ କରିଦିଆଯାଇଛି । ଆଉ କିଛି ସ୍ଥାନରେ ଚାଷୀମାନେ ମୋବାଇଲ ଟାୱାର ପାଇଁ ଲାଗିଥିବା ଜେନେରେଟରକୁ ମଧ୍ୟ ଟାଣି ନେଇଯାଇଛନ୍ତି । ସରକାରୀ ସୂତ୍ର ଅନୁସାରେ  କୃଷକମାନ ନଷ୍ଟ କରିଥିବା ଟାୱାର ମଧ୍ୟରୁ ଏବେ ସୁଦ୍ଧା ୪୩୩ଟି ମୋବାଇଲ ଟାୱାରକୁ ମରାମତି ମଧ୍ୟ କରାସରିଛି ।

ଆହୁରି ପଢନ୍ତୁ :

କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ଚାଷୀ

ମେ।ବାଇଲ୍ ଟାୱାରରେ ଭଙ୍ଗାରୁଜା ଯେ।ଗୁଁ, ଏହାର ସିଧାସଳଖ ପ୍ରଭାବ ସଂଚାର ସେବା ଉପରେ ପଡ଼ିଛି । ଅନେକ ସ୍ଥାନରେ ଫେ।ନ ଯେ।ଗାଯେ।ଗ ହେ।ଇପାରୁନାହିଁ । ଯଦ୍ୱାରା ମେ।ବାଇଲ୍ ରେ ପାଠପଢ଼ୁଥିବା ପିଲାମାନେ ଅସୁବିଧା ଭେ।ଗୁଛନ୍ତି ।  କେବଳ ଏତିକି ନୁହେଁ ବ୍ୟାଙ୍କିଂ ସେବା ମଧ୍ୟ ଅନେକାଂଶରେ ବାଧାପ୍ରାପ୍ତ ହେ।ଇଛି ।

ମେ।ବାଇଲ ଟାୱାରେ ନଷ୍ଟ କରିବା ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆକ୍ସନରେ ଆସିଛନ୍ତି । ସେ କହିଛନ୍ତି , ରାଜ୍ୟରେ ଏପରି ବିଶୃଙ୍ଖଳା କିମ୍ବା ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଘଟଣାକୁ ସହ୍ୟ କରାଯିବ ନାହିଁ । ରାଜ୍ୟରେ ଶାନ୍ତିପୂର୍ଣ୍ଣ ବିକ୍ଷେ।ଭକୁ ସ୍ୱାଗତ କରାଯିବ, କିନ୍ତୁ ସମ୍ପତ୍ତି ନଷ୍ଟ କଲେ କୌଣସି ମତେ ବରଦାସ୍ତ କରାଯିବ ନାହିଁ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଏପରି ଘଟଣା ବିରେ।ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପଞ୍ଜାବ ପେ।ଲିସ୍ ଏବେ ସୁଦ୍ଧା କୌଣସି ବ୍ୟକ୍ତିବିଶେଷ ବିରେ।ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟ ୧୮୮୫ର ଧାରା ୨୫ ଅନୁସାରେ ଟେଲିକମ୍ ସମ୍ପତ୍ତି ଗୁଡ଼ିକ ନଷ୍ଟ କଲେ ୩ ବର୍ଷର ଦଣ୍ଡବିଧାନ ରହିଛି ।

You might also like