କର୍ଣ୍ଣାଟକ ଧାରୱାଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ସମେତ ୧୭ ମହିଳା ଡାକ୍ତରଙ୍କ ମୁତ୍ୟୁ
ମିନି ବସକୁ ପଛ ପଟୁ ଧକ୍କା ଦେଲା ଟ୍ରକ୍
- କର୍ଣ୍ଣାଟକ ଧାରୱାଡ଼ରେ ସଡ଼କ ଦୁର୍ଘଟଣା, ମିନି ବସକୁ ଧକ୍କା ଦେଲା ଟ୍ରକ୍
- ଡ୍ରାଇଭର ସମେତ ମିନି ବସରେ ବସିଥିବା ୧୭ ମହିଳା ଡାକ୍ତର ମୃତ
- ୧୦ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି
- ସିଙ୍ଗଲ୍ ଲେନ୍ ରାଜପଥରେ ପ୍ରତିଦିନ ଦୁର୍ଘଟଣା, ଲୋକେ ଅସନ୍ତୁଷ୍ଟ
ଧାରୱାଡ଼ : କର୍ଣ୍ଣାଟକର ଧାରୱାଡ଼ରେ ଭୟଙ୍କର ଦୁର୍ଘଟଣା । ମିନି ବସକୁ ପ୍ରବଳ ଜୋରରେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୭ ମହିଳା ମହିଳା ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିନି ବସକୁ ଏବଂ ଟ୍ରକ୍ ମଧ୍ୟରେ ପ୍ରବଳ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ଦିନ ସକାଳ ୭ଟାରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହିତ ମହିଳା ଡାକ୍ତରମାନଙ୍କୁ ନେଇ ଯାଉଥିବା ମିନିବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତାର ଉଭୟ ପାର୍ଶ୍ଵରେ ମୃତଦେହ ଗୁଡିକ ଛିନଭିନ୍ ହୋଇ ପଡ଼ିରହିଥିଲା। ସୂଚନା ଅନୁସାରେ ମୃତ ଓ ଆହତ ସମସ୍ତ ଡାକ୍ତର ସମେସ୍ତ ଡାଭେଙ୍ଗେରର ଜେଜେଏମ୍ କଲେଜରେ କାର୍ଯ୍ୟରତ । ସମସ୍ତେ ଡାଭେଙ୍ଗେର ସେଣ୍ଟ ପାଉଲ କନଭେଣ୍ଟରେ ପୂର୍ବରୁ ପାଠ ପଢ଼ୁଥିଲେ । ଏବଂ ଏକାଠି ହୋଇ ଗୋଆରେ ଆୟୋଜିତ ପୁରାତନ ଛାତ୍ରଙ୍କ ସମାବେଶରେ ଯୋଗ ଦେବାକୁ ଯାଉଥିଲେ । ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ମୃତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ।
ହବଲି-ଧରୱାଡ ବାଇପାସର ୩୨ କିଲୋମିଟର ପର୍ଯ୍ୟନ୍ତ ସିଙ୍ଗିଲ ଲେନ୍ ରାସ୍ତା ଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ରାଜପଥ ମୁମ୍ବାଇ ଏବଂ ଚେନ୍ନାଇର ଇଣ୍ଡଷ୍ଟ୍ରିଆଲ୍ କରିଡର ଭାବରେ ମଧ୍ୟ ଜଣାଶୁଣା । ସିଙ୍ଗିଲ ଲେନ ରାସ୍ତାରେ ଯାତାୟାତ ହେତୁ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।