କରୋନା ଓ ଫୁଡ୍ ପଏଜନିଂରେ ୧୦ରୁ ଅଧିକ ମାଓବାଦୀ ମୃତ

ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦଶରୁ ଅଧିକ ମାଓବାଦୀ ମୃତ
ମାଓ ମୃତ୍ୟୁ ନେଇ ଦନ୍ତେଓ୍ବାଡ଼ା ଏସ୍ପି ଅଭିଷେକ ପଲ୍ଲବଙ୍କ ସୂଚନା
ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଂଗଠନର ସୂଚନା

ଦାନ୍ତେୱାଡା :କରୋନା ମହାମାରୀ ବଢିଚାଲିଥିବା ବେଳେ  ଘଂଚ ଜଙ୍ଗଲରେ ପହଞ୍ଚିଲା କରୋନା ।   ୧୦ରୁ ଅଧିକ ମାଓବାଦୀ ମୃତ । ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଫୁଡ ପଏଜନ୍ ଓ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ୧୦ ଜଣ ମାଓବାଦୀ । ମାଓବାଦୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି ଦାନ୍ତେଓ୍ବାଡ଼ା ଏସପି ଅଭିଷେକ ପଲ୍ଲବ । ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଂଗଠନର ବୋଲି ସୂଚନା ମିଳିଛି ।

କିଛି ପୂର୍ବରୁ ଲାଲଗଡ଼ରେ ବି କରୋନା ସଙ୍କଟ ଦେଖାଦେଇଥିବା ସୂଚନା ମିଳିଥିଲା । ସୁକମା, ବିଜାପୁର ଓ ଦାନ୍ତେୱାଡା ଅଞ୍ଚଳରେ ପ୍ରାୟ ୫୦ ଜଣ ମାଓବାଦୀ କରୋନା ସଂକ୍ରମିତ ହୋଇଥିଲେ । ହିଂସା ଛାଡ଼ି ଆତ୍ମସମର୍ପଣ କଲେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ ଦାନ୍ତେୱାଡ଼ା ଏସପି ।

 

 

You might also like