’ୟେସ ବ୍ୟାଙ୍କ’ରୁ ଉଠିବ କଟକଣା, ଇଚ୍ଛା ଅନୁସାରେ ଟଙ୍କା ଉଠାଇ ପାରିବେ ଜମାକାରୀ

ମୁମ୍ବଇ:ୟେସ ବ୍ୟାଙ୍କରେ ଟଙ୍କା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର। ଟଙ୍କା ଉଠାଣ ନେଇ ୟେସ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଖୁବ୍‌ ଶିଘ୍ର ହଟାଇ ଦିଆଯିବ। କେନ୍ଦ୍ର ସରକାର ଏକ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଅଧିସୂଚନା ଜାରି କରିଛନ୍ତି। ପୁନର୍ଗଠନ ଯୋଜନା ଲାଗୁ ହେବା ପରେ ଏହି ପ୍ରତିବନ୍ଧକ ହଟାଯିବ। ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟା ୬ଟାରେ ଏହି ପ୍ରତିବନ୍ଧକ ହଟାଇ ଦିଆଯିବ।

ୟେସ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିବା ପରେ କରି ଆରବିଆଇ ପକ୍ଷରୁ ଗ୍ରାହକ ମାସିକ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇ ପାରିବ ବୋଲି କୁହାଯାଇଥିଲା। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଜାରି ଅଧିସୂଚନାରେ କୁହାଯାଇଛି, ନୋଟିଫିକେଶନ ଜାରି ହେବାର ୩ ଦିନ ପରେ ଅର୍ଥାତ୍ ୧୮ ମାର୍ଚ୍ଚରେ ଏହି ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯିବ।

ୟେସ ବ୍ୟାଙ୍କର ନୂଆ ବୋର୍ଡ ଗଠନ କରାଯିବ। ଏହି ବୋର୍ଡରେ ପୂର୍ବତନ ଫାଇନାନ୍ସିଆଲ  ଅଫିସର ତଥା ଏସବିଆଇର ଡେପୁଟି ମାନେଜିଂ ଡାଇରେକ୍ଟର ପ୍ରଶାନ୍ତ କୁମାର ସିଇଓ ତଥା ଏମ୍‌ଡି ରହିବେ। ସେହପରି ପଞ୍ଜାମ ନାଶନାଲ ବ୍ୟାଙକର ପୂର୍ବତନ ନନ୍ ଏକଜ୍ୟୁକେଟିଭ୍ ଚେୟାରମ୍ୟାନ୍ ସୁନିଲ ମେହତା ନନ୍‌ ଏକଜ୍ୟୁକିଟିଭ୍ ଚେୟାରମ୍ୟାନ ରହିବେ। ସେହିପରି ମହେଶ କ୍ରିଷ୍ଣ ମୂର୍ତ୍ତି ଏବଂ ଅତୁଲ ଭେଡା ମଧ୍ୟ ନନ୍ଏକଜ୍ୟୁକେଟିଭ୍ ଚେୟାରମ୍ୟାନ୍ ରହିବେ।

ଏସବିଆଇ ଦୁଇଜଣ ଅଧିକାରୀଙ୍କୁ ନିର୍ଦ୍ଦେଶକ ଭାବ ନାମିତ କରାଯିବ। ତେବେ ଆରବିଆଇ ଜଣେ ବା ଦୁଇଜଣ ଅଧିକାରୀଙ୍କୁ ଅତିରିକ୍ତି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇ ପାରେ।

 

You might also like