ଏଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ଚଳିତ ଥର ଭଲ ବର୍ଷା?

ନୂଆଦିଲ୍ଲୀ: ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଜୁନରୁ ସେମ୍ବେରରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ। ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି। ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ। ତେବେ କେନ୍ଦ୍ରାଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ।  ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମିପାରେ ବୋଲି କହିଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ ଉପକୂଳରେ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାପରେ ଓଡ଼ିଶା ଆସିବା ନେଇ ପୂର୍ବାନୁମାନ କରାଯାଇଛି।

ତେବେ  ଆଉ ଦୁଇ ଦିନ ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତାପରେ ପରେ ଆସିବ ଓଡ଼ିଶା। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ ଦେଖିବାକୁ ମିଳିଛି। ଏନେଇ ଏକ ଟ୍ୱିଟ୍‌ କରି ଦର୍ଶାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ତେବେ ଗତ କିଛି ଦିନ ହେଲା ଉପକୂଳ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗୁଳୁଗୁଳି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହୁଥିବା ବେଳେ ପ୍ରଚୁର ଜଳୀୟବାଷ୍ପ ଯୋଗୁ ଏଭଳି ଗୁଳୁଗୁଳି ଅନୁଭୂତ ହେଉଛି। ଆଇଏମଡ଼ିର୍‌ କହିବା କଥା, ଆସନ୍ତା ୩-୪ ଯାଏଁ ଏଭଳି ଗୁଳୁଗୁଳି ଅନୁଭୁତ ହେବ

You might also like