ଜୁନ୍‌ ୧ରେ କେରଳ ଛୁଇଁବ ମୌସୁମୀ ବାୟୁ

ଆସୁଛି ମୌସୁମୀ

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍‌ ଜୁନ୍ ୧ ତାରିଖରେ ମୌସୁମୀ କେରଳ ଛୁଇଁବା ଆକଳନ। ୧ରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା। ତେବେ ପୂର୍ବରୁ ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା ବୋଲି ଆକଳନ କରିଥିଲା ଆଇଏମଡ଼ି। ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୯୮% ବର୍ଷା ହେବାର ସମ୍ଭାବନା ରହିଛି।ସାଧାରଣତଃ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଭାରତରେ ବର୍ଷା ହୋଇଥାଏ। ତେବେ ଚଳିତ ଥର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଭଲ ଚାଷ ହେବ ଏବଂ ଏହାର ପ୍ରଭାବରେ ଅର୍ଥନୀତି ମଧ୍ୟ ସୁଧୁରିବ ବୋଲି ଆଶା କରାଯାଉଛି।

ଗତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଥିଲା। ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଗତବର୍ଷ ମୌସୁମୀ ଆଗୁଆ ପହଞ୍ଚିଥିଲା। ଏହାପୂର୍ବରୁ ୨୦୧୩ରେ ମୌସୁମୀ ଜୁନ୍ ୧୬ରେ ପହଞ୍ଚିଥିଲା।

ଗତବର୍ଷ ଅକ୍ଟୋବର ଶେଷ ଆଡ଼କୁ ସାରା ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଥିଲା। ଓଡ଼ିଶାରୁ ମୌସୁମୀ ପ୍ରତ୍ୟାଗମନ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା।ସୂଚନାଥାଉ କି, ଗତ ବର୍ଷ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ ସମୟରେ ଗତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଥିଲା। ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଗତ ଥର ବାତ୍ୟା ‘ଅମ୍ପନ୍‌’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍‌ ୧ରୁ-୫ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ହେଲେ ଗତ ଥର ମଧ୍ୟ ଠିକ୍ ସମୟରେ ଅର୍ଥାତ ଜୁନ୍‌ ପହିଲାରେ ହିଁ କେରଳକୁ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

You might also like