ଜୁନ୍ ୧ ରୁ ୫ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ରୁ ୫ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଜୁନ୍ ୧୫ ଏବଂ ୧୬ ମଧ୍ୟରେ ଏହା ମୁମ୍ବାଇ ପହଞ୍ଚିପାରେ। ଏନେଇ ରିଜିଓନାଲ ସ୍ପେଶାଲାଇଜ୍ଡ ମେଟ୍ରୋଲଜିକାଲ ସେଣ୍ଟର(ଆର୍‌ଏସ୍‌ଏମ୍‌ସି)ର ମୁଖ୍ୟ ରାଜେନ୍ଦ୍ର କୁମାର ଜେନାମଣି ସୂଚନା ଦେଇଛନ୍ତି।

ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖି ରାଜେନ୍ଦ୍ର କୁମାର କହିଛନ୍ତି, ବାତ୍ୟା ଅମ୍ପନ୍‌ ଯିବା ପରେ ତାତିର ପ୍ରକୋପ ବଢ଼ିଛି। ଯାହା ଆଗକୁ ଆହୁରି କିଛି ଦିନ ଜାରି ରହିବ।

ଗତ ଦୁଇ ଦିନ ମଧ୍ୟରେ ଦେଶରେ ତାପମାତ୍ରା ସର୍ବାଧିକ ୪୭.୬ ଡିଗ୍ରୀ ରେକର୍ଡ କରାଯାଇଛି।

You might also like