କବାଟ ଦେଉ ଦେଉ ହନୁର ହାତ ଚାପିଦେଲେ ଯୁବତୀ : ଘରକୁ ଘେରିଯାଇ ଉତ୍ପାତ କଲେ ମାଙ୍କଡ଼ ପଲ

ଡାକିବାକୁ ପଡ଼ିଲା ପୋଲିସ୍

ଗୋରଖପୁର : ମାଙ୍କଡ଼ ପଲର ହଲ୍ଲା ବୋଲ୍ । କବାଟ ବନ୍ଦ କରୁଥିବା ବେଳେ ଭୁଲରେ ହନୁର ହାତକୁ ଚାପିଦେଲେ ଯୁବତୀ, ପ୍ରଚଣ୍ଡ ଶବ୍ଦ କରି ଚାରିଆଡ଼େ ଯୁବତୀଙ୍କ ଘରକୁ ଘେରିଗଲେ ମାଙ୍କଡ଼ ପଲ । ଗୋରଖପୁର ଦିବ୍ୟନଗର କଲୋନୀରେ ଏପରି ଅଭାବନୀୟ ଘଟଣା ଘଟିଛି । ସବୁଦିନ ପରି ଘଟଣା ଦିନ ଅଚାନକ ପହଞ୍ଚି ଯାଇଥିଲେ ମାଙ୍କଡ଼ ପଲ । ଆଉ ମାଙ୍କଡ଼ ପଲକୁ ଦେଖି ଭୟରେ ଭିତର ପଟୁ କବାଟ ଦେଲାବେଳେ ଏପରି ଘଟଣା ଘଟିଗଲା । ତେବେ ଛାତରୁ ମାଙ୍କଡ଼ ନଯିବାରୁ ଶେଷରେ ୧୧୨କୁ ଫୋନ୍ କରି ସୂଚନା ଦେବାକୁ ପଡ଼ିଥିଲା ।

ଦିବ୍ୟନଗର କଲୋନୀରେ ରହୁଥିବା ୟୁକୋ ବ୍ୟାଙ୍କ ମ୍ୟାନେଜରଙ୍କ ଝିଅ ପ୍ରିୟଙ୍କା ଗୁରୁବାର ସକାଳ ଛଅଟା ବେଳେ ଉପର ମହଲାରେ ବସିଥିଲେ। ହଠାତ୍ ତାଙ୍କ ଘର ଛାତ ଉପରକୁ ମାଙ୍କଡ଼ ପଲ ଚାଲିଆସିଥିଲେ । ଭୟଭୀତ ହୋଇ ପ୍ରିୟଙ୍କା ଭିତର ପଟୁ ରୁମର କବାଟ ବନ୍ଦ କରିଦେଲେ । ତରତର ହୋଇ କବାଟ ଦେବା ସମୟରେ ଭୁଲରେ ପ୍ରିୟଙ୍କାଙ୍କ, ମାଙ୍କଡ଼ର ହାତ ଚାପି ହୋଇ ଅଟକିଗଲା । ଏହା ପରେ ୩୦ ରୁ ୩୫ ମାଙ୍କଡ଼ ଘର ରେଲିଂ ଓ ଝରକା ନିକଟରେ ଜୋରରେ ଶବ୍ଦ କରିବା ସହ ଉତ୍ପାତ ଆରମ୍ଭ କରି ଦେଇଥିଲେ । ପ୍ରିୟଙ୍କା ଘର ଭିତରେ ଏକୁଟିଆ ଥିବା ବେଳେ ପଡ଼ୋଶୀ ବି ଘର ନିକଟକୁ ଯାଇପାରିନଥିଲେ । ଶେଷରେ ଅନ୍ୟଉପାୟ ନପାଇ ପୋଲିସକୁ ଫୋନ୍ କରିଥିଲେ ଜଣେ ପଡ଼ୋଶୀ ।

କଲ ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ପିଆରବି ୦୩୧୭ କମାଣ୍ଡର ଉପେନ୍ଦ୍ର ମଲ୍ଲ , ମିଥିଲେଶ ତିୱାରୀ ଲାଠି ସାହାଯ୍ୟରେ ମାଙ୍କଡ଼କୁ ଘଉଡ଼ାଇ ଥିଲେ । ମାଙ୍କଡ ପଲ ଛାତ ଉପରୁ ଚାଲିଯିବା ପରେ କବାଟ ଖୋଲି ମାଙ୍କଡ଼ର ହାତ ବାହାର କରିଥିଲେ। ଆଉ ତା’ରେ ରୁମରୁ ବାହାରିଥିଲେ ପ୍ରିୟଙ୍କା ।

You might also like