କରୋନା ସାମ୍ପଲ୍‌ ନେଇ ପଳାଇଲା ମାଙ୍କଡ଼ !

ମେରୁଟ: କରୋନା ସାମ୍ପଲ୍‌ ନେଇ ପଳାଇଲା ମାଙ୍କଡ଼ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏଭଳି କିଛି ବିଚିତ୍ର ଘଟଣା ଉତ୍ତରପ୍ରଦେଶର ମେରୁଟ୍‌ରେ ଘଟିଛି। ଲାବ୍‌ ଟେକ୍ନିସିଆନଙ୍କୁ ଆକ୍ରମଣ କରି ଗୋଟିଏ ମାଙ୍କଡ ୩ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା‌ ନେଇ ପଳାଇଥିବା ଜଣାପଡ଼ିଛି।

ମେରୁଟ ମେଡିକାଲ କଲେଜରେ ଶୁକ୍ରବାର ଦିନ ଏହି ଘଟଣା ଘଟିଛି। କରୋନାରେ ଆକ୍ରାନ୍ତ କି ନୁହେଁ ଏହା ଜାଣିବା ପାଇଁ ୩ ଜଣ କରୋନା ସନ୍ଦିଗ୍ଧଙ୍କ ନିକଟରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ହେଲେ ଏହି ସାମ୍ପଲ୍‌କୁ‌ ପରୀକ୍ଷା କରାଯିବା ପୂର୍ବରୁ ଏକ ମାଙ୍କଡ଼ ହସ୍ପିଟାଲ୍‌ର ଲାବ୍‌‌ ‌ଟେକ୍ନିସିଆନଙ୍କୁ ଆକ୍ରମଣ କରି ଏହାକୁ ନେଇ ପଳାଇଥିବା ଜଣାପଡ଼ିଛି। ଫଳରେ ସନ୍ଦିଗ୍ଧଙ୍କ ପାଖରୁ ପୁଣିଥରେ ରକ୍ତ ନମୁନା ସଂଗ୍ରହ କରାଯାଇଛି।

ଯେଉଁ ମାଙ୍କଡ଼ଟି ଏହି ରକ୍ତ ନମୁନା ନେଇ ପଳାଇଥିଲା ପରେ ଏକ ଗଛ ଉପରେ ବସି ମାଙ୍କଡ଼ଟି ସାମ୍ପଲ୍‌ କିଟ୍‌କୁ ପାଟିରେ ପଶାଇଥିବା ଥିବା ନଜର ଆସିଥିଲା।

ମହାମାରୀ କରୋନା ଭାଇରସ୍ ମଣିଷ ମାନଙ୍କ ଠାରୁ ମାଙ୍କଡ ମାନଙ୍କୁ ସଂକ୍ରମିତ ହେଉଥିବାର କୌଣସି ପ୍ରମାଣ ନାହିଁ। ବୈଜ୍ଞାନିକମାନେ କରିଥିବା ଗବେଷଣାରେ ମଧ୍ୟ ମଣିଷ ମାନଙ୍କ ଠାରୁ ମାଙ୍କଡ ମାନଙ୍କୁ କରୋନା ସଂକ୍ରମିତ ହେଉଥିବାର ପ୍ରମାଣ ନାହିଁ ବୋଲି ଜଣାପଡ଼ିଛି। ହେଲେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସେଠାକାର ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

You might also like