ଲାଇଭ୍‌ ସୋ’ ଚାଲିଥିବାବେଳେ ଡେଇଁ ପଡ଼ିଲା ମାଙ୍କଡ, ଦୌଡ଼ି ପଳାଇଲେ ଆଙ୍କର

ସୋଶାଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ଲାଇଭ ଟିଭି କାର୍ଯ୍ୟକ୍ରମ ଚାଲିଥିବାବଳେେ ଏକ ମାଙ୍କଡ ଟିଭି ହୋଷ୍ଟଙ୍କୁ ହଠାତ୍ ଆକ୍ରମଣ କରୁଛି । ଏହାପରେ ଜଣେ ଆକ୍ଟରଙ୍କ ଇଣ୍ଟରଭ୍ୟୁ ନେଉଥିବା ହୋଷ୍ଟ ଇଣ୍ଟରଭ୍ୟୁ ଛାଡ଼ି ଷ୍ଟୁଡିଓରୁ ଦୌଡ଼ି ପଳାଉଛନ୍ତି । ସାକ୍ଷାତକାର ଚାଲିଥିବାବେଳେ ଏକ ମାଙ୍କଡ ହଠାତ୍ ଆଙ୍କରଙ୍କ ଉପରକୁ ଆକ୍ରମଣ କରିଥିଲା । ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଏହି ଭାଇରାଲ ଭିଡିଓ ଇଜିପ୍ଟର ବୋଲି ଜଣାଯାଇଛି ।

ଇଜିପ୍‌ଟର ଅଲ ହୟାତ୍‌ ଟିଭି ଆଙ୍କର ଲୋବନା ଅସଲଙ୍କ ଉପରକୁ ହଠାତ୍‌ ଏକ ମାଙ୍କଡ ଆକ୍ରମଣ କରିଥିଲା ।  ଷ୍ଟୁଡିଓରେ ସେଠିକାର ପ୍ରଖ୍ୟାତ ଅଭିନେତା ଇବ୍ରାହିମ ଅଲ ସମ୍ମନଙ୍କୁ ଏକ ଖାସ୍‌ ଇଣ୍ଟରଭ୍ୟୁ ପାଇଁ ଆମନ୍ତ୍ରଣ କରାଯାଇଥିଲା ।
ଏହି ଅଭିନେତାଙ୍କ ସହ ତାଙ୍କ ଶୋର କୋ-ଆକ୍ଟର ଏବଂ ତାଙ୍କର ଏକ ଖାସ ମାଙ୍କଡ ବି ଆସିଥିଲା । ହେଲେ ମାଙ୍କଡଟି ଇଣ୍ଟରଭ୍ୟୁ ମଝିରେ ଏମିତି ତାର ନାଟକ ଆରମ୍ଭ କଲା ଯାହା ଦେଖିବା ପରି ଥିଲା ।

ସେଠିକାର ଗଣମାଧ୍ୟମ ସୂଚନା ଅନୁସାରେ, ଷ୍ଟୁଡିଓରେ ଇଣ୍ଟରଭ୍ୟୁ ଚାଲିଥିବାବେଳେ ମାଙ୍କଡ ବେକରେ ଏକ ଚେନ ଲଗାଇ ଷ୍ଟୁଡିଓ ଅଣା ଯାଇଥିଲା । ଭିଡିଓରେ ଦେଖିବାକୁ ମିଳୁଛି, ମାଙ୍କଡଟି ଇଣ୍ଟରଭ୍ୟୁ ସମୟରେ ଆକ୍ଟରଙ୍କ କୋଳରେ ବସି କଦଳୀ ଖାଉଛି । କିଛି ସମୟ ପରେ ଦେଖିବାକୁ ମିଳୁଛି ଟିଭି ଆଙ୍କର ବି ତାକୁ ନିଜ ଗୋଡରେ ବସାଇଛନ୍ତି । ହେଲେ ଆଉ କିଛି ସମୟ ପରେ ମାଙ୍କଡଟି ଆଙ୍କରଙ୍କ ଗୋଡ଼କୁ ଆକ୍ରମଣ କରୁଛି । ଏହା ପରେ ସେ ଷ୍ଟୁଡିଓ ଛାଡ଼ି ବାହାକୁ ଦୌଡ଼ି ପଳାଉ୍‌ଥିବା ଦେଖିବାକୁ ପଡ଼ିଛି ।

ଏହି ସମୟରେ ଏକଥା ମଧ୍ୟ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ଆସୁଛନ୍ତି ଏବଂ ମାଙ୍କଡକୁ ଧରି ନେଇ ଯାଉଛନ୍ତି। ଏହି ଭିଡିଓକୁ ସୋଶାଲ ମିଡିଆରେ ଲୋକେ ବହୁତ ପସନ୍ଦ କରିଥିଲେ। ଭିଡିଓଟିକୁ ୩ ଦିନ ପୂର୍ବରୁ YouTubeରେ ଶେୟାର କରାଯାଇଥିଲା। ବର୍ତ୍ତମାନସୁଦ୍ଧା ୪୭ ହଜାରରୁ ଅଧିକ ଥର ଏହି ଭିଡିଓକୁ ଦେଖିଲେଣି। ୧୦୦ରୁ ଅଧିକ କମେଣ୍ଟ ଆସିଛି।

You might also like