ଚୀନକୁ ଚେତାବନୀ: ପ୍ରଧାନମନ୍ତ୍ରୀ କହିଲେ, ଭାରତ ଜବାବ ଦେବା ଜାଣେ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମରେ ଚୀନ୍‌କୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  କହିଲେ ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି। ଲଦାଖ୍‌ରେ ଶତ୍ରୁକୁ ଆମ ଯବାନ କଡ଼ା ଜବାବ ଦେଇଛନ୍ତି। ଭାରତ ବନ୍ଧୁତ୍ୱ ସ୍ଥାପନ କରିବା ଜାଣେ। ଜବାବ ଦେବା ବି ଜାଣେ। ସହିଦ ଯବାନଙ୍କ ପ୍ରାଣବଳି ବୃଥା ଯିବନି ବୋଲି କହିବା ସହିତ ବୀର ଯବାନଙ୍କ ପିତାମାତାଙ୍କୁ ସଲାମ୍ ଜଣାଇଛନ୍ତି ମୋଦି।

ଯବାନଙ୍କ ସମ୍ମାନ ଜଣାଇ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତାଙ୍କ ପାଇଁ ଗର୍ବ ଅନୁଭବ କରିବା। ସମସ୍ତଙ୍କ ସଂକଳ୍ପ ଏବଂ ସମର୍ପଣ ଭାବ ଆମ ଦେଶର ଶକ୍ତି ବୋଲି ମୋଦି କହିଛନ୍ତି।

ଦେଶରେ ସ୍ଥିତ ସମ୍ପରର୍କରେ ମଧ୍ୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କରୋନା ସଂକଟରୁ ମୁକ୍ତି ପାଇବା ପାଇଁ ସତର୍କ ହେବା ସହିତ ମାସ୍କ ପିନ୍ଧିବାକୁ ପରାମର୍ଶ ପ୍ରଧାନମନ୍ତ୍ରୀ। ଖାମ୍‌ଖିଆଲ ମନୋଭାବ ନ ରଖି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ମନ୍‌ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ ଆଗକୁ ବଢ଼ି ନୂଆ କୀର୍ତ୍ତିମାନ ସୃଷ୍ଟି ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।

ଲକ୍‌ଡାଉନ୍ ସମୟରେ ନାନା ମାନସିକ ଦୁଶ୍ଚିନ୍ତା ଘଟଣା ସାମ୍ନାକୁ ଆସିଛି। ଏଥିପାଇଁ ମାନସିକ ଦୁଃଶ୍ଚିନ୍ତାରେ ନ ରହି ସଶକ୍ତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହିତ କରୋନାକୁ ହରାଇ ଆଗକୁ ବଢ଼ିବା ଓ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଆହ୍ୱାନ ଦେଇଛନ୍ତି ମୋଦି। ତା ସହିତ ଇନ୍‌ଡୋର ଗେମ୍‌କୁ ପ୍ରୋତ୍ସାହିତ କରିବା ପାଇଁ ମୋଦିଙ୍କ ପରାମର୍ଶ ଦେଇଛନ୍ତି।

ଆଜି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ନଦୀ ପୁନରୁଦ୍ଧାରରେ ସକ୍ଷମ ପ୍ରବାସୀ ଶ୍ରମିକଙ୍କୁ ପ୍ରଶଂସା କରିବା ସହିତ କରୋନା ସଂକଟ ବେଳେ ଚାଷୀଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

ଆହୁରି ପଢ଼ନ୍ତୁ

କୋଭିଡ୍ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ରହିଛି ICU ବେଡ୍

ସଫଳ ହେଲା କରୋନା ଭ୍ୟାକସିନ୍ କ୍ଲିନିକାଲ୍ ଟ୍ରାଏଲ୍!

ହସ୍ପିଟାଲକୁ କରୋନା ମୁକ୍ତ ପାଇଁ ୩ ସୂତ୍ର

ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱରରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଲେ ଟ୍ରମ୍ପ

ଦିଲ୍‌ ନେଇଗଲା ନେପାଳୀ ଝିଅ: ମୁମ୍ବାଇରେ ପ୍ରେମ ବାଲେଶ୍ୱରରେ ବାହାଘର, ନିଆରା ପ୍ରେମକାହାଣୀ

ବଚ୍ଚନ ପରିବାରରେ ୪ ଜଣଙ୍କୁ କରୋନା: ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି ପଜିଟିଭ୍ ଚିହ୍ନଟ‌

କାଲିଠୁ କଟକ ସହରରୁ ହଟିବ ସଟ୍‌ଡାଉନ୍, ଖୋଲିବ ସପିଂ ମଲ୍‌‌, ହେଲେ…

ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରୁ BSF ଯବାନ ଫେରାର

ଅମିତାଭଙ୍କ ପରେ ଏହି ବଲିଉଡ୍‌ ଷ୍ଟାର୍‌ଙ୍କ ଘରକୁ ପଶିଲା କରୋନା

ଅମିତାଭଙ୍କ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି: ବାହାରେ ଲାଗିଲା ନୋଟିସ୍

You might also like