ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

୧୩୦ କୋଟି ଭାରତୀୟଙ୍କ ପାଇଁ ଆମ ସେନା ପ୍ରେରଣା

ନୂଆଦିଲ୍ଲୀ: ପାକିସ୍ତାନ ସେନା ଦ୍ୱାରା ବନ୍ଦୀ ହୋଇ ତାଙ୍କ କବଜାରେ ଦୀର୍ଘ  ଅଢେଇ ଦିନ ରହିବା ପରେ ଶେଷରେ ନିଜ ଦେଶକୁ ଫେରିଛନ୍ତି ଭାରତର ବୀର ପାଇଲଟ ଅଭିନନ୍ଦନ ବର୍ତମାନ। ପ୍ରବଳ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହୋଇ ଜେନେଭା ଚୁକ୍ତି ଅନୁଯାୟୀ, ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଛି।

ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ଫେରି ୱାଘା ବର୍ଡର ଅତିକ୍ରମ କରି ଭାରତ ମାଟିରେ ପାଦ ଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।  ଅଭିନନ୍ଦନଙ୍କ ଘର ବାହୁଡ଼ାକୁ ଦେଶବାସୀ ଉତ୍ସୁକତାର ସହ ଅନାଇ ବସିଥିଲେ। ଏଥିରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଦ ପଡ଼ିନଥିଲେ।  ଅଭିନନ୍ଦନ ଭାରତ ମାଟିରେ ପାଦ ଦେବାର କିଛି ସମୟ ପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା ସହ ତାଙ୍କର ଏ ଅସାଧାରଣ ସାହସ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି । ୧୩୦ କୋଟି ଭାରତୀୟଙ୍କ ପାଇଁ ଆମ ସେନା ଏକ ପ୍ରେରଣା ବୋଲି ମଧ୍ୟ ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି କହିଛନ୍ତି ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପାଇଁ ଆମେ ଗର୍ବିତ। ପୂରା ଦେଶ ଆପଣଙ୍କୁ ସାବାସୀ ଦେଉଛି। ତୁମେ ଆମ ଯୁବପିଢୀଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ।

ସେପଟେ ବୈଦେଶିକ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂହ କହିଛନ୍ତି ଯେ, ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଫେରାଇ ପାକିସ୍ତାନ ଆମ ପ୍ରତି କୌଣସି ଦୟା କରିନାହିଁ। ଜେନେଭା ଚୁକ୍ତିନାମା ଅନୁସାରେ ବିବାଦ ସମୟରେ କାର୍ଯ୍ୟରତ ସୈନ୍ୟ ଧରାପଡ଼ିଲେ ତାଙ୍କୁ ନିଜ ଦେଶକୁ ହସ୍ତାନ୍ତର କରିବାର ବ୍ୟବସ୍ଥା ରହିଛି । ସେ ଆହୁରି କହିଛନ୍ତି, ଏହା ଭୁଲିବା ଉଚିତ ନୁହେଁ ଯେ ୧୯୭୧ ପରେ ଆମେ ୯୦ ହଜାର ପାକିସ୍ତାନ ଯୁଦ୍ଧ ବନ୍ଦୀଙ୍କୁ ଖଲାସ କରିଛୁ।

ଆହୁରି ପଢ଼ନ୍ତୁ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

You might also like