ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ, ପାଛୋଟି ନେଲେ ମୋଦି

ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦ୍‌ରେ ଏବେ ଉତ୍ସବର ମାହୋଲ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ସହର ଯେମିତି ନବବଧୂ ପରି ସଜେଇ ହୋଇଛି। ମଝିରେ ମଝିରେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପୋଷ୍ଟର, ହୋଡିଙ୍ଗସ୍‌ ଲାଗିଛି। ରାସ୍ତା ରେ ନର୍ତ୍ତକୀଙ୍କ ନୃତ୍ୟରେ ସହରର ଦୃଶ୍ୟ ଥିଲା ଅତ୍ୟନ୍ତ ମନୋହର। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡ଼ି କରାଯାଇଥିଲା। 
 ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନ୍‌ରୁ ପ୍ରଥମେ ଟ୍ରମ୍ପଙ୍କ ସହ ପତ୍ନୀ ବା ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଓହ୍ଲାଇଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟକଲ ଭାଙ୍ଗି ଏହାରପୋର୍ଟରେ ପହଞ୍ଚି ଥିଲେ। ପରେ  ‘ଶଙ୍ଖନାଦ’ କରି ଟ୍ରମ୍ପ ଓ ତାଙ୍କ ଟିମ୍‌କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ଟ୍ରମ୍ପ ବିମାନବନ୍ଦରରୁ ଓହ୍ଲାଇବା ମାତ୍ରେ ପୂର୍ବରୁ ଧାଡ଼ି କରି ସୁସଜ୍ଜିତ ଗୁଜରାଟୀ କଳାକାରଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ପରେ ପରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟର ନୃତ୍ୟ ମଧ୍ୟ ସାମିଲ ହୋଇଥିଲା। ଏହାର ରଙ୍ଗକୁ ଦ୍ୱିଗୁଣିତ କରୁଥିଲା ଢୋଲର ଶବ୍ଦ। ଏହି ନୃତ୍ୟ ଓ ବାଦ୍ୟକୁ ମୋଦିଙ୍କ ସହ ଟ୍ରମ୍ପ ଏବଂ ମେଲାନିଆ ରେଡ୍‌ କାର୍ପେଟ୍‌ରେ ଚାଲିଚାଲି ଉପଭୋଗ କରିଥିଲେ। ଏହାପରେ ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜାରେଡ୍‌ ମଧ୍ୟ ବିମାନରୁ ଓହ୍ଲାଇଥିଲେ।

ଏବେ ସେମାନେ ୨୨ କିଲୋମିଟରରେ ରୋଡ୍‌ ଶୋ’ରେ ବାହାରି ଯାଇଛନ୍ତି। ସେମାନେ ଏହାପରେ ମହାତ୍ମା ଗାନ୍ଧିଙ୍କ ପ୍ରୟୋଗଶାଳା କୁହାଯାଉଥିବା ସାବରମତୀ ଆଶ୍ରମକୁ ଯିବେ। ବାଟରେ ମହାତ୍ମାଙ୍କ ପ୍ରିୟ ଗୀତ ରଘୁପତି ରାଘବ ରାଜାରାମ ଶୁଣିବାକୁ ମିଳିଥିଲା। ଏଥିସହ ରାସ୍ତାର ଦୁଇପଟେ ତ୍ରିରଙ୍ଗା ଦେଖିବାକୁ ମିଳିଥିଲା।

ସେପଟେ ମୋଟେରା ମଧ୍ୟ ପ୍ରସ୍ତୁତ ରହିଛି। ସେଠାରେ ନମସ୍ତେ ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଷ୍ଟାଡିୟମ ଯେମିତି ଅପେକ୍ଷା କରିଛି। ଲକ୍ଷାଧିକ ଲୋକ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଉପସ୍ଥିତ ଅଛନ୍ତି।

ଆହୁରି ପଢ଼ନ୍ତୁ

‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ…

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

You might also like