ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ: ବିଶ୍ୱ ପାଇଁ ବଡ଼ ବିପତ୍ତି ଆଣିଥିବା ମହାମାରୀ କରୋନା ମୁକାବିଲାକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍। ପ୍ରଥମ ଥର ପାଇଁ କୌଣସି ବିଦେଶୀ ପ୍ରତିପକ୍ଷଙ୍କ ସହ ଅନଲାଇନ୍ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉତ୍ତମ ସମନ୍ୱୟ, ସହଯୋଗ ରହିଲେ ଖୁବ୍ ଶୀଘ୍ର ଏହି ବୈଶ୍ୱିକ ବିପତ୍ତିରୁ ମୁକୁଳିପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଭାରତ ସରକାର କରୋନା ସଙ୍କଟକୁ ଏକ ସୁଯୋଗ ଭାବେ ଦେଖିବାର ନିଷ୍ପତ୍ତି ନେଇଛନ୍ତି। ଦେଶର ସବୁ କ୍ଷେତ୍ରରେ ବ୍ୟାପକ ସଂସ୍କାର କରାଯାଉଛି ଯାହାର ଫଳ ଖୁବଶୀଘ୍ର ଦେଖିବାକୁ ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।