ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ-ମୋଦି

ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ:  ମଧ୍ୟପ୍ରଦେଶ କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ଜୋରଦାର ବର୍ଷିଲେ। କହିଲେ, ଚାଷୀଙ୍କ ପାଇଁ ଆସିଥିବା ଆଇନ, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ। ପୂର୍ବୂରୁ ସେମାନେ ଘୋଷଣାପତ୍ରରେ ଏସମସ୍ତ ବିଷୟରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଆଶ୍ଚର୍ଯ୍ୟ ଲାଗୁଛି ଯେ,  ସେହି ସମାନ ବ୍ୟବସ୍ଥା ଏବେ କରାଯିବାରୁ ମୋଦିକୁ ଟାର୍ଗେଟ କରୁଛନ୍ତି। କେବଳ ସେମାନଙ୍କ ହାତରୁ କ୍ରେଡିଟ ଚାଲିଯିବା ଭୟରେ ଟାର୍ଗେଟ କରୁଥିବା କଥା କହିଲେ ମୋଦି।

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସବୁ କ୍ରେଡିଟ ସେମାନେ ନିଅନ୍ତୁ, କିନ୍ତୁ ମୁଁ ଚାଷୀଙ୍କ ପାଇଁ କାମ କରୁଛି ଓ ଆଗାମୀ ଦିନରେ ମଧ୍ୟ କରିବି ବୋଲି କହିଛନ୍ତି ମୋଦି। ବିରୋଧୀଙ୍କ ପାଦତଳୁ ମାଟି ଖସିଥିିବାରୁ ଚାଷୀଙ୍କୁ ଏବେ ମୋହରା କରିଛନ୍ତି। ଚାଷୀଙ୍କ ପାଇଁ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ। କେବଳ ଏତିକି ନୁହେଁ ବରଂ ସ୍ୱୀମୀନାଥନ କମିଟି ରିପୋର୍ଟକୁ ୮ ବର୍ଷ କାଳ ସେମାନେ ଚାପି ବସିଥିଲେ ବୋଲି କହିଲେ ମୋଦି। ବହୂ ପୂର୍ବରୁ ଚାଷୀ ଆନ୍ଦୋଳନ କରୁଥିଲେ ବି ସେମାନେ ନିଦାବିଷ୍ଣୁ ହୋଇ ବସିଥିଲେ।

ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏମାନେ ଚାଷୀଙ୍କୁ ବ୍ୟବହାର କରୁଛନ୍ତି। ମଣ୍ଡି, MSPକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୋଦି। ଆଇନ ପୂର୍ବରୁ ମଣ୍ଡି ଚାଲିଥିଲା, ଏବେ ବି ମଣ୍ଡି ଚାଲିଛି । ଆଇନ ପୂର୍ବରୁ MSP ଚାଲିଥିଲା, ଏବେ ବି MSP ଚାଲିଛି । ତେଣୁ ମଁଉ ସ୍ପଷ୍ଟ କରୁଛି ଯେ, ଚାହୁଁଛି MSP ଚାଲୁଛି, ଚାଲୁ ରହିବ । ଏହାସହ ଚାଷୀଙ୍କୁ ଭ୍ରମିତ କରାଯାଉଥିବା କଥା ବି କହିଲେ ମୋଦି।

You might also like