ଇସ୍ରୋ ନିୟନ୍ତ୍ରଣ କକ୍ଷରେ ମୋଦି; ୭୦ ଛାତ୍ରଛାତ୍ରୀଙ୍କ ସହ ଦେଖୁଛନ୍ତି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାର ଦୃଶ୍ୟ ଦେଖିବାକୁ ସାରା ବିଶ୍ୱ ଅନାଇ ରହିଥିବାବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ପୂର୍ବରୁ ଟ୍ୱିଟ୍‌ କରି ସମସ୍ତଙ୍କୁ ଆହ୍ୱାନ କରିଥିବା ମୋଦି ନିଜେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ସେଣ୍ଟର ନିୟନ୍ତ୍ରଣ କକ୍ଷରେ ବସି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ ଦେଖୁଛନ୍ତି। ୭୦ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ବସି ଏହି ଦୃଶ୍ୟ  ଦେଖୁଛନ୍ତି। ସେମାନେ ଇସ୍ରୋ ମହାକାଶ କ୍ୱିଜ୍‌ରେ ବିଜେତା ହୋଇ ଏହି ସୁଯୋଗ ପାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏହି ମିଶନ୍‌ ବାବଦରେ ପୂର୍ବରୁ କହିଥିଲେ, “ମୁଁ ଚନ୍ଦ୍ରଯାନ-୨ ମିଶନ୍‌ ଆରମ୍ଭରୁ ନିୟମିତ ସମୀକ୍ଷା କରିଆସୁଛି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରୁଛି ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ମୁହୂର୍ତ୍ତର ସିଧାପ୍ରସାରଣ ଦେଖନ୍ତୁ। ସୋଶାଲ ମିଡିଆରେ ଶେୟାର କରନ୍ତୁ। ମୁଁ ସେଥିରୁ କିଛି ରିଟ୍ୱିଟ୍‌ ମଧ୍ୟ କରିବି।”

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like