ଭାରତ ଫେରିବ ବିବାଦୀୟ ଇସ୍‌ଲାମ୍‌ ଧର୍ମ ପ୍ରଚାରକ ଜାକିର ନାଏକ !

ନୂଆଦିଲ୍ଲୀ: ବିବାଦୀୟ ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକକୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ। ଏ ନେଇ ସେ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମୋହମ୍ମଦଙ୍କ ସହିତ ଆଲୋଚନ କରିଛନ୍ତି।

ଦୁଇଦିନିଆ ଋଷିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ମହାଥିରଙ୍କୁ ଭେଟି ଜାକିରଙ୍କ ପ୍ରତ୍ୟର୍ପଣ କଥା ଉଠାଇଛନ୍ତି। ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ୍‌ରେ ଯୋଗ ଦେବା ସମୟରେ ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି।

ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଦୁଇ ଦେଶର ଅଧିକାରୀ ନିରନ୍ତର ଯୋଗାଯୋଗରେ ରହି ପରସ୍ପରକୁ ସହଯୋଗ କରିବେ ବୋଲି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି।  ଏହି ଆଲୋଚନ ସମ୍ପର୍କରେ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ।

୨୦୧୬ରେ ଜାକିର ନାଇକ ଭାରତରୁ ଫେରାର ହୋଇ ମ୍ୟାଲେସିଆରେ ରହୁଛି। ମ୍ୟାଲେସିଆରେ ପୂର୍ବତନ ସରକାର ସେତେବେଳେ ଜାକିର ନାୟକକୁ ରହିବା ପାଇଁ ଅନୁମତି ମଧ୍ୟ ଦେଇଥିଲେ।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like