କିଏ ଅର୍ଜୁନ ଓ କିଏ ଦୁର୍ଯ୍ୟୋଧନ ତାହା ମେ ୨୩ରେ ସ୍ପଷ୍ଟ ହୋଇଯିବ : ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ଚଳିତ ନିର୍ବାଚନରେ ବିଜେପି ବହୁତ ଭଲ କରିବ। ନିଜର ପୂର୍ବ ଆସନ ସହ ବିଜେପି ଆଉ ଅଧିକ ଆସନ ପାଇବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସାରା ଦେଶରେ ମୋଦି ଲହର ଆଶ୍ଚର୍ଯ୍ୟଜନକ ବୋଲି ବିଶ୍ଳେଷକ କହୁଥିବାବେଳେ ୫ ବର୍ଷ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରତି ୭୦% ଗ୍ରହଣୀୟତା ଆଶ୍ଚର୍ଯ୍ୟଜନକ ବୋଲି ବୈଜୟନ୍ତ କହିଛନ୍ତି।

ତାସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିଜେପି ବହୁ ଅଧିକ ଆସନ ପାଇବାକୁ ଥିବାବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ପୂରା ଭୟଭୀତ ବୋଲି ବୈଜୟନ୍ତ କହିଛନ୍ତି। ଦିଲ୍ଳୀରେ ମୁଖପାତ୍ର ଅନିଲ୍ ବାଲୁନି ଏବଂ ବୈଜୟନ୍ତ ପଣ୍ଡା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କିଏ ଅର୍ଜୁନ ଓ କିଏ ଦୁର୍ଯ୍ୟୋଧନ ତାହା ମେ ୨୩ରେ ସ୍ପଷ୍ଟ ହୋଇଯିବ।

ସେହିପରି ପ୍ରଧାନମନ୍ତ୍ରୀଙ୍କୁ ଥାପଡ଼ ମାରିବା ଉଚିତ ବୋଲି ମନ୍ତବ୍ୟ ଦେଇଥିବା ମମତା ବାନାର୍ଜୀଙ୍କୁ ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କରିଛନ୍ତି ବୈଜୟନ୍ତ ଓ ଅନିଲ ବାଲୁନି।

You might also like