ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶା ଲୋକଙ୍କ ପସନ୍ଦ ମୋଦି

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାରେ ନରେନ୍ଦ୍ର ମୋଦି ହେଉଛନ୍ତି ଲୋକଙ୍କ ପ୍ରଥମ ପସନ୍ଦ। IANS-ସିଭୋଟର ସର୍ଭେରେ ଓଡ଼ିଶାବାସୀଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ଭାବେ କେଉଁ ପ୍ରାର୍ଥୀ ପସନ୍ଦ ସର୍ଭେରେ ମୋଦି ନଂ୧ ଅଛନ୍ତି। ମୋଦିଙ୍କୁ ଓଡ଼ିଶାରେ ସର୍ବାଧିକ ୮୭.୦୧% ଲୋକ ପସନ୍ଦ କରନ୍ତି। ହିମାଚଳ ପ୍ରଦେଶରେ ଦ୍ୱିତୀୟ ସର୍ବାଧିକ ୮୧.୦୩% ଲୋକ ପସନ୍ଦ କରନ୍ତି।

କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ପସନ୍ଦ କରିବାରେ ବି ଓଡ଼ିଶା ନଂ୧। ୭୫.୦୨% ଓଡ଼ିଶାବାସୀ ମୋଦି ସରକାରଙ୍କ କାର୍ଯ୍ୟକୁ ପସନ୍ଦ କରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପସନ୍ଦ କରିବାରେ ବି ଓଡ଼ିଶା ଦେଶରେ ନଂ୧। ଓଡ଼ିଶାରେ ସର୍ବାଧିକ ୭୮.୦୫% ଲୋକ ମୋଦିଙ୍କ କାର୍ଯ୍ୟକୁ ପସନ୍ଦ କରନ୍ତି। ସେହିପରି ମୋଦିଙ୍କ କାର୍ଯ୍ୟକୁ ପସନ୍ଦ କରିବାରେ ଗୋଆ ୨ୟ ଏବଂ ତେଲେଙ୍ଗାନା ୩ୟ ସ୍ଥାନରେ ଅଛି।

ତେବେ ଏହି ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୧ ନମ୍ବର ଦର୍ଶାଯାଇଛି। ୨ୟ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ୩ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ।

You might also like