ପାକିସ୍ତାନ ଆକାଶ ମାର୍ଗରେ ଯିବେ ନାହିଁ ମୋଦି

ନୂଆଦିଲ୍ଲୀ: ଜୁନ୍‌ ୧୩ ଓ ୧୪ ତାରିଖରେ କିର୍ଗିସ୍ତାନର ବିଶକେକ୍‌ରେ ଏସ୍‌ସିଓ ସମ୍ମିଳନୀ ଅନୁଷ୍ଠିତ ହେବ। ଏସ୍‌ସିଓର ସମସ୍ତ ସଦସ୍ୟ ରାଷ୍ଟ୍ର ଏଥିରେ ଯୋଗଦେବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠାକୁ ଯିବେ। ଏହି ସମୟରେ ମୋଦିଙ୍କ ସ୍ୱତନ୍ତ୍ର ବିମାନ ପାକିସ୍ତାନର ଆକାଶ ମାର୍ଗରେ କିର୍ଗିସ୍ତାନ ଯିବାର ଥିଲା।

ହେଲେ ବର୍ତ୍ତମାନ ଭାରତ ସରକାର ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ପୂର୍ବରୁ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବାକୁ ଭାରତ ସରକାର ଚାହୁଁଥିଲେ। ଏପରି କି ଏଥିପାଇଁ ପାକିସ୍ତାନ ସରକାରଙ୍କ ଅନୁମତି ମଧ୍ୟ ଲୋଡ଼ା ଯାଇଥିଲା।

ପାକିସ୍ତାନ ସରକାର ଏଥିପାଇଁ ଅନୁମତି ମଧ୍ୟ ଦେଇଥିଲେ। ହେଲେ ଭାରତ ସରକାର ଆଜି ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି। ପାକିସ୍ତାନ ଆକାଶ ମାର୍ଗ ବଦଳରେ ମୋଦିଙ୍କ ବିମାନ କେନ୍ଦ୍ରୀୟ ଏସିଆନ୍‌ ଦେଶ ଦେଇ କିର୍ଗିସ୍ତାନ ଯିବ ବୋଲି କୁହାଯାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନଟି ଓମାନ, ଇରାନ୍‌ ଓ କେନ୍ଦ୍ରୀୟ ଏସିଆନ୍‌ ଦେଶର ଆକାଶ ମାର୍ଗ ଦେଇ ବିଶକେକ୍‌ରେ ପହଞ୍ଚିବ। ଆମ ପାଖରେ ବିଶକେକ୍‌ ଯିବା ପାଇଁ ଦୁଇଟି ରାସ୍ତା ଥିଲା। ଗୋଟିଏ ପାକିସ୍ତାନର ଆକାଶ ମାର୍ଗ ଏବଂ ଅନ୍ୟଟି କେନ୍ଦ୍ରୀୟ ଏସିଆନ୍‌ ଦେଶ।

ଆମେ ଦ୍ୱିତୀୟ ବିକଳ୍ପକୁ ବାଛିଛୁ। ପ୍ରଧାନମନ୍ତ୍ରୀ ଆଜି ହିଁ ବିଶକେକ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ଏସ୍‌ସିଓ ବୈଠକରେ ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଯୋଗ ଦେବେ। ହେଲେ ମୋଦି ଓ ଇମ୍ରାନଙ୍କ ମଧ୍ୟରେ କୌଣସି ପ୍ରକାରର ଆଲୋଚନା ହେବ ନାହିଁ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଆକାଶ ମାର୍ଗରେ ଉଡ଼ିବନି ମୋଦିଙ୍କ ବିମାନ

ଦିଲ୍ଲୀରେ ମୋଦି-ମମତାଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ଛାତ୍ରଙ୍କ କମାଲ୍‌: ସହରବାସୀଙ୍କ ପାଇଁ ତିଆରି କଲେ ତିନି ଚକିଆ ଇ-ଗାଡି ‘ଦେଶ୍‌ଲା’

ବ୍ୟାନ୍‌ ହେଲା ଇ-ସିଗାରେଟ୍

ଯମୁନା ବ୍ରିଜର ଶୀର୍ଷକୁ ଚଢିଗଲେ ଯୁବକ, ଓହ୍ଲାଇବା ପାଇଁ ରଖିଲେ ଏମିତି ସର୍ତ୍ତ

ବିମାନବନ୍ଦରରେ ଯଶୋଦାବେନ୍‌ଙ୍କୁ ଦେଖା କରିବାକୁ ଦୌଡ଼ିଲେ ମମତା

ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲା ଇସ୍ରୋ

ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ; ଇସ୍ରୋ-ଡିଆରଡିଓ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ମନି ଲଣ୍ତରିଂ ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ କଂଗ୍ରେସ ନେତା ଡିକେ ଶିବକୁମାର

ପିଓକେ ଭାରତର ଅଙ୍ଗ; ଦିନେ ଏହାକୁ ଭାରତରେ ମିଶାଇବୁ; ବୈଦେଶିକ ମନ୍ତ୍ରୀ

ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ସୁଧହାର

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ନିର୍ବାଚନ ରାଲିରେ ବୋମା ବିସ୍ଫୋରଣ; ୨୪ ମୃତ

You might also like