ଏଣିକି ଆଉ ଛପା ଯିବନି ସରକାରୀ କ୍ୟାଲେଣ୍ଡର୍ ଓ ଡାଏରୀ

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ଆଡ଼କୁ ଆଉ ପାଦେ ଆଗେଇଲେ ଭାରତର ସରକାର। ସରକାର ଏବେ ବିଭିନ୍ନ ମନ୍ତ୍ରାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥାରେ ଛାପା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବଦଳରେ ଡିଜିଟାଲ ଡକ୍ୟୁମେଣ୍ଟକୁ ଗୁରୁତ୍ୱ ଦିଆଯିବ ବୋଲି ସରକାର କହିଛନ୍ତି।

ବିଶେଷ କରି ୱାଲ କ୍ୟାଲେଣ୍ଡର, ଡେସ୍କଟପ୍ କ୍ୟାଲେଣ୍ଡର, ଡାଏରୀ, ଫେଷ୍ଟିଭାଲ କାର୍ଡ ଛାପା ବଦଳରେ ଏହା ଅନଲାଇନରେ ଜାରି କରାଯିବ। ସେହିପରି କଫି ଟେବୁଲ ବୁକ୍ସ ବଦଳରେ ଇ-ବୁକ୍ସର ପ୍ରଚଳନ ଓ ଏହାର ପ୍ରସାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଏବେ ପାଠକଙ୍କୁ ଡିଜିଟାଲ୍‌ ଫର୍ମାଟରେ ଏସବୁ କଣ୍ଟେଟ୍ ଉପଲବ୍ଧ ହୋଇପାରିବ।

ସରକାର କହିଛନ୍ତି, ଏହାଦ୍ୱାରା ଛାପାକୁ ନେଇ ହେଉଥିବା ଖର୍ଚ୍ଚ କାଟ୍ ହେବ ଏବଂ ଡିଜିଟାଲ୍‌ ମାଧ୍ୟମରେ ଏହାକୁ  ଲୋକଙ୍କ ନିକଟରେ ପହଞ୍ଚାଯିବ। ଏନେଇ ଅର୍ଥ ବିଭାଗ ପକ୍ଷରୁ ଏ ସମ୍ପର୍କିତ ଚିଠି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, କ୍ୟାବିନେଟ୍ ସଚିବ, ନୀତି ଆୟୋଗର ସିଇଓ, ସମସ୍ତ ଆର୍ଥିକ ଉପଦେଷ୍ଟା ସମେତ ସମସ୍ତ ମନ୍ତ୍ରାଳୟ ଓ ବିଭାଗର ସଚିବ ଓ ମୁଖ୍ୟଙ୍କୁ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଏବେବି ବହୁ ସଂଖ୍ୟକ ସରକାରୀ କାମ ପାଇଁ ଖାତା-ବହିର ବ୍ୟବହାର କରାଯାଉଛି। ଏବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଯେଉଁଠି ଡିଜିଟାଲ୍‌ ବ୍ୟବହାର ବଢ଼ିବ, ତା ସହ କାମ କରିବାର ପ୍ରଣାଳୀ ମଧ୍ୟ ସହଜ ହେବ।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like