ବଦଳିଲା ମୋଦିଙ୍କ ଟ୍ୱିଟର୍ ପ୍ରୋଫାଇଲ ଫଟୋ

ନୂଆଦିଲ୍ଲୀ: ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ୍ ମିଡିଆ ଫଟୋ । ମୋଦି  ତାଙ୍କ ଟ୍ୱିଟର୍ ଆକାଉଣ୍ଟ ପ୍ରୋଫାଇଲ ଫଟୋକୁ ଆଜି ବଦଳାଇ଼ଛନ୍ତି। ମୋଦି ଏଥିରେ କାନ୍ଧରେ ପକାଇଥିବା ଗାମୁଛାରେ ନାକ ଓ ପାଟିକୁ ଢାଙ୍କିଥିବା ଦେଖିବାକୁ ମିିଳିଛି।

କରୋନା କବଳରୁ ବର୍ତ୍ତିବାକୁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରାଯାଉଛି । ମାସ୍କ ଉପଲବ୍ଧ ନଥିଲେ ରୁମାଲ, ଗାମୁଛା, ଶାଢ଼ୀ, ଓଢ଼ଣୀ ଆଦିକୁ ମଧ୍ୟ ପରସ୍ତ ପରସ୍ତ କରି ପାଟି ଓ ନାକକୁ ଢାଙ୍କି ହେବ । ଏନେଇ ଦେଶବାସୀଙ୍କୁ ସଚେତନ କରିବାକୁ ମୋଦି ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି।

ଲକ୍‌ଡାଉନ ଅବଧି ବୃଦ୍ଧି ନେଇ ଆଜି ଦେଶବାସୀଙ୍କୁ ସମ୍ବୋଧନ ବେଳେ ମୋଦି ମୁହଁକୁ ଗାମୁଛାକୁ ଢାଙ୍କିଥିବା ଦେଖିବାକୁ ମିଳିଥିଲା ।  ନିଜ ସପ୍ତପଦୀ ମନ୍ତ୍ରରେ ମଧ୍ୟ ଘରେ ତିଆରି ମାସ୍କର ଉପଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ ଦେଇଥିଲେ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ତାଙ୍କ ଟ୍ବିଟର୍ ଆକାଉଣ୍ଟ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି । ସେ ମଧ୍ୟ ଗାମୁଛାରେ ପାଟି ଓ ନାକକୁ ଘୋଡ଼ାଇଥିବା ଦେଖିବାକୁ ମିଳୁଛି।

 

 

 

You might also like