ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୱାଇଫାଇ ଉପହାର: ଖୋଲିବ ୧ କୋଟି ଡାଟା ସେଣ୍ଟର

ନୂଆଦିଲ୍ଲୀ: କୃଷି ଆଇନ୍‌କୁ ନେଇ ଜାରି ରହିଥିବା ଆନ୍ଦୋଳନ ଭିତରେ ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା। ଏଥିରେ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାୱଡେକର, ରବିଶଙ୍କର ପ୍ରସାଦ ଓ ସନ୍ତୋଷ ଗଙ୍ଗୱାର ସାମିଲ ହୋଇଥିଲେ। ବୈଠକ ପରେ କେନ୍ଦ୍ର ସରକାରଙ୍କର ନିଷ୍ପତ୍ତ ସମ୍ପର୍କରେ ସୂଚନା ଦେଇଥିଲେ କେନ୍ଦ୍ର ମନ୍ତ୍ରୀ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ୱାଇଫାଇ ଆକ୍ସେସ୍ ଇଣ୍ଟରଫେସ୍‌ ଯୋଜନାରେ ଦେଶରେ ଏକ କୋଟି ଡାଟା ସେଣ୍ଟର ଖୋଲିବ। ଫଳରେ ଦେଶରେ ୱାଇଫାଇ କ୍ରାନ୍ତି ଅଣାଯାଇପାରିବ। ଏହି ଯୋଜନା ମାଧ୍ୟମରେ ସରକାର ପବ୍ଲିକ ଡାଟା ଅଫିସ (ପିଡିଓ) ଖୋଲିବ। ଏଥିପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ପଡ଼ିବ ନାହିଁ। କୌଣସି ଦୋକନାକୁ ଡାଟା ଅଫିସ୍‌ରେ ପରିଣତ କରାଯାଇପାରିବ। ସରକାରଙ୍କ ପକ୍ଷରୁ ଡାଟା ଅଫିସ୍, ଡାଟା ଏଗ୍ରିଗେଟର, ଆପ୍ ସିଷ୍ଟମ୍‌ ପାଇଁ ୭ ଦିନ ମଧ୍ୟରେ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯିବ ବୋଲି ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଲାକ୍ଷାଦ୍ୱୀପ ଦୀପଗୁଡ଼ିକରେ ବି ଫାଇବର କନେକ୍ଟିଭିଟିରେ ଯୋଡ଼ାଯିବ। କୋଚି ଠାରୁ ଲାକ୍ଷାଦ୍ୱୀପର ୧୧ ଦ୍ୱୀପସମୂହକୁ ୧୦୦୦ ଦନରେ ଏହି ସଂଯୋଗ କରାଯିବ।

ସେହିଭଳି କେନ୍ଦ୍ରମନ୍ତ୍ରୀ ସନ୍ଦୋଷ ଗଙ୍ଗୱାର ସୂଚନା ଦେଇ କହିଛନ୍ତି ଯେ ଦେଶରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଲାଗୁ କରାଯିବ। ଏହି ଯୋଜନାରେ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ୨୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ସହିତ ଦେଶରେ ପାଖାପାଖି ୫୮.୫ ପ୍ରତିଶତ କର୍ମଚାରୀଙ୍କୁ ଫାଇଦା ମିଳିବ। ୨୦୨୦ ମାର୍ଚ ଠାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କର ଇପିଏଫ୍‌ ଅଂଶଧନ ସରକାରଙ୍କ ପକ୍ଷରୁ ଦିଆଯିବ। ଯେଉଁ କମ୍ପାନୀରେ ୧୦୦୦ରୁ କମ୍‌ କର୍ମଚାରୀ ଥିବେ ସେମାନଙ୍କର ୨୪ ପ୍ରତିଶତ ଅଂଶଦାନ ସରକାର ଦେବେ ବୋଲି ମନ୍ତ୍ରୀ କହିଛନ୍ତି।

ସନ୍ତୋଷ ଗଙ୍ଗୱାରଙ୍କ ଅନୁସାରେ, ମୋଦି ସରକାର ଗଠନ ହେବା ପରେ ଅର୍ଗାନାଇଜ୍ଡ ସେକ୍ଟରରେ ୬ କୋଟି ରୋଜଗାର ଥିଲା। ଯାହା ଏବେ ବଢ଼ି ୧୦ କୋଟି ହୋଇଛି। ଏହା ବାଦ୍ କେନ୍ଦ୍ରୀୟ କ୍ୟାବିନେଟ  ଅରୁଣାଚଳକୁ ପ୍ରଦେଶ ଓ ଅସାମର ଦୁଇଟି ଜିଲ୍ଲାରେ USOF ଯୋଜନାକୁ ମଞ୍ଜୁରି ଦେଇଛି ବୋଲି ଗଙ୍ଗୱାର କହିଛନ୍ତି।

 

You might also like