ମୋଦି ଓ ଟ୍ରମ୍ପଙ୍କ ମଝିରେ ଥିବା ‘କୋକ୍‌’ ବୋତଲ୍‌କୁ ନେଇ ଚର୍ଚ୍ଚା

ନ୍ୟୁୟର୍କ: ଗତକାଲି ନ୍ୟୁୟର୍କଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବହୁ ଅଜବ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଯଦିଓ ଦ୍ୱିପାକ୍ଷିକ ସମ୍ପର୍କ କାରଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ଲୋକେ କିନ୍ତୁ ଦୁଇ ନେତାଙ୍କ ମଝିରେ ଥୁଆ ହୋଇଥିବା ଡାଏଟ୍‌ କୋକ୍‌ ବୋତଲକୁ ନଜର କରିନେଇଛନ୍ତି। ଏହା ସମସ୍ତଙ୍କ ପାଇଁ ଉତ୍ସୁକତାର କାରଣ ପାଲଟିଛି।  ମୋଦି ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌କୁ ବିରୋଧ କରୁଥିବାବେଳେ ସେ ଯୋଗଦେଉଥିବା କାର୍ଯ୍ୟକ୍ରମରେ ଏହି ପ୍ଲାଷ୍ଟିକ୍‌ ବୋତଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ତେବେ ଏହାର କାରଣ ସ୍ୱରୂପ ଜଣାପଡ଼ିଛି ଟ୍ରମ୍ପ ନିୟମିତ କୋକ୍‌ ପିଇବାକୁ ପସନ୍ଦ କରିଥା’ନ୍ତି। ତେଣୁ ଏହାକୁ ଟେବଲ୍‌ ମଝିରେ ରଖାଯାଇଥିଲା। ସେ ଦିନକୁ ୧୨ ବୋତଲ କୋକ୍‌ ପିଅନ୍ତି ବୋଲି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରୁ ଜଣାଯାଏ। ତେବେ ଏହା ସାଧାରଣ କୋକ୍‌ ନୁହେଁ, ଏହା କମ୍‌ କ୍ୟାଲୋରୀର ଡାଏଟ୍‌ କୋକ୍‌।

ତେବେ ଏହି ଅଜବ ଘଟଣା ସାମ୍ନାକୁ ଆସିବା ପରେ ପ୍ରସାର ଭାରତୀ ମଧ୍ୟ ଟ୍ୱିଟ୍‌ କରିଥିଲା। ଏହି ରାଷ୍ଟ୍ରୀୟ ଖବର ସରବରାହ ସଂସ୍ଥା ପକ୍ଷରୁ କୁହାଯାଇଥିଲା, ରାଷ୍ଟ୍ରପତି ଟ୍ରମ୍ପ ନିୟମିତ କୋକ୍‌ ପିଇଥା’ନ୍ତି। ଏହି କାର୍ଯ୍ୟକ୍ରମର ଆୟୋଜକ ଆମେରିକା ପକ୍ଷରୁ ଏହି କୋକ୍‌ ବୋତଲ ରଖିବାକୁ ଯୋଜନା କରାଯାଇଥିଲା।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like