• translate
Prangyan Parimita

 

  • ଖୁବ୍ ଶୀଘ୍ର ଭାରତ ଆସିବ କରୋନା ଟିକା ମଡର୍ଣ୍ଣା
  • ମଡର୍ଣ୍ଣା ଟିକା ଆମଦାନୀ ଆବେଦନକୁ DCGIର ମଂଜୁରୀ
  • ଔଷଧ କଂପାନୀ ସିପଲାକୁ ଆମଦାନୀ ଅନୁମତି ଦେଲା DCGI
  • ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି ଦେଇଛି WHO

ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରୁ ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ୍  ।  ଖୁବଶ୍ରୀଘ୍ର ଭାରତ ଆସିବ ଆମେରିକାର ମଡର୍ଣ୍ଣା ଟିକା । ଔଷଧ ନିର୍ମାତା କଂପାନି ସିପଲା ପକ୍ଷରୁ ହୋଇଥିବା ଆମଦାନୀ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି DCGI । ଏହା ହେଉଛି ଦେଶର ଚତୁର୍ଥ ତଥା ପ୍ରଥମ ଆନ୍ତର୍ଜାତୀୟ ଟିକା ଯାହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାପୂର୍ବରୁ କୋଭିସିଲ୍ଡ, କୋଭାକ୍ସିନ ଏବଂ ସ୍ପୁଟନିକ-ଭିକୁ ମଞ୍ଜୁରୀ ଦିଆଯାଇଛି । ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଡର୍ଣ୍ଣା ଟିକାକୁ ପୂର୍ବରୁ ଅନୁମତି ଦେଇଛି WHO । ମଡର୍ଣ୍ଣା ଟିକା ୯୪.୧ ପ୍ରତିଶତ ଫଳପ୍ରଦ ହେଉଥିବା WHO ପକ୍ଷରୁ ଆଳନ କରାଯାଇଛି ।

ମଡର୍ଣ୍ଣାକୁ ଭାରତର ପ୍ରଥମ ଆନ୍ତର୍ଜାତୀୟ ଟିକା କୁହାଯାଉଛି, କାରଣ ଏହାକୁ  ସିଧାସଳଖ ଆମଦାନୀ କରାଯାଇଛି । ମଡର୍ଣ୍ଣା ଟିକା ଦେଶରେ ଉତ୍ପାଦିତ ହେବ ନାହିଁ । କୋଭେସିଲ୍ଡଙ୍କୁ ଦେଶରେ ସେରମ୍ ଇନଷ୍ଟିଚ୍ୟୁଟ୍ ତିଆରି କରୁଥିବା ବେଳେ ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର୍ ଦ୍ୱାରା ମିଳିତ ଭାବେ କୋଭାକ୍ସିନ୍ ପ୍ରସ୍ତୁତ କରାଯାଉଛି । ଋଷିଆର ସ୍ପୁଟନିକ୍-ଭି ଭାରତର ଡକ୍ଟର ରେଡ୍ଡୀ ଲାବୋରେଟୋରୀ ଦ୍ୱାରା ପ୍ରସ୍ତୁତ କରାଯିବ। ରେଡ୍ଡୀ ଲାବୋରେଟୋରିଜ୍ ସ୍ପୁଟନିକ୍-ଭିର ଡେଭଲପର୍ Russian Direct Investment Fund (RDIF)ର ଭାରତୀୟ ଅଂଶୀଦାର ।

ସୂଚନାଯୋଗ୍ୟ ଆମେରିକୀୟ ବାୟୋଟେକ୍ ଫାର୍ମ୍ ମଡର୍ଣ୍ଣା ପକ୍ଷରୁ ଫେଜ୍ ଥ୍ରୀ ଟ୍ରାଏଲ ବେଳେ ଏହି ଟିକା ସମ୍ପୂର୍ଣ୍ଣ ରୋଗ ପ୍ରତିରୋଧୀ ବୋଲି ଦାବି କରିଥିଲା କମ୍ପାନୀ।  ଏପରିକି ଏହି ଟିକା ରୋଗ ପ୍ରତିରୋଧ କ୍ଷେତ୍ରରେ ୯୪ ପ୍ରତିଶତ ସଫଳ ହୋଇଥିବା ଏବଂ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହା କାର୍ଯ୍ୟ କରୁଥିବା କମ୍ପାନୀର ସିଇଓ ଦାବି କରିଥିଲେ । ମଡର୍ଣ୍ଣାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ବେଳେ ଏଥିରେ ୩୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯୪ ଦଶମିକ ୫ ପ୍ରତିଶତ କ୍ଷେତ୍ରରେ ଟିକା ପ୍ରୟୋଗ ସଫଳ ହୋଇଥିବା କମ୍ପାନୀ ସୂଚନା ଦେଇଥିଲା  । 

 

 

Other Stories