ଜମ୍ମୁରେ ଆରମ୍ଭ ହେଲେ ଇଣ୍ଟରନେଟ ସେବା

ଶ୍ରୀନଗର: ଦୀର୍ଘ ୫ମାସ ପରେ କାରଗିଲରେ ଆରମ୍ଭ ହୋଇଛି ଟୁଜି ଓ ବ୍ରଡବ୍ୟାଣ୍ଡ ସେବା। ଆଜି ଜମ୍ମୁ, ଶାମ୍ବା, କଠୁଆ, ଉଦ୍ଧମପୁର ଓ ରିୟାସି ଅଞ୍ଚଳରେ ଟୁଜି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି ।  ତେବେ ସୋଶାଲ ମିଡିଆ ବ୍ୟବହାର ଉପରେ ଏବେ ବି କଟକଣା ରହିଛି।

ସରକାରୀ ୱେବ୍‌ସାଇଟ୍, ଜରୁରୀ ସେବା ଏବଂ ଇ ବ୍ୟାଙ୍କିଂ ପାଇଁ ଲୋକେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଯେ କୌଣସି ଅନୁଷ୍ଠାନ ଯଦି ଇଣ୍ଟରନେଟ ସେବାର ଅପବ୍ୟବହାର କରିବ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏଥିପାଇଁ କିଛି ନୋଡାଲ ଅଫିସରଙ୍କୁ ମନଟରିଂ ପାଇଁ ଦାୟିତ୍ୱ ଦିଆଯାଇଛି।

ଖୁବଶୀଘ୍ର ମଧ୍ୟ କାଶ୍ମୀର, ଶ୍ରୀନଗର, କୁପଓ୍ୱାରା, ବାନ୍ଦିପୁରା ଏବଂ ପରମୁଲ୍ଲାରେ ମଧ୍ୟ ଟୁଜି ସେବା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଗତ ଅଗଷ୍ଟ ମାସରୁ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ଦୀର୍ଘ ଦିନ ଧରି ଘାଟିରେ ଇଣ୍ଟରନେଟ୍ ସେବା ବନ୍ଦ ରହିବା ନେଇ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲ। ଗତ ସପ୍ତାହରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ତୁରନ୍ତ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

You might also like