ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ଆଇଜଲ୍: ମିଜୋରାମର ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ କରୋନାଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନରେ ସମୟ ବ୍ୟର୍ଥ ନକରି ନିଆରା କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଲକଡାଉନ୍ ସମୟରେ ରାଜଭବନରେ ପୁସ୍ତକ ଓ କବିତା ଲେଖି ନିଜର ଖାଲି ସମୟ ସଦୁପଯୋଗ କରିଛନ୍ତି। ସେ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ଅତିକମରେ ୧୩ଟି ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ଇଂରାଜୀ ଓ ମଲୟାଲମ ଭାଷାରେ ଲିଖିତ କବିତାର ପଂକ୍ତି ସାମିଲ୍ ଅଛି।

ଏ ନେଇ ରାଜ୍ୟପାଳ ଶ୍ରୀ ପିଲାଇ କହିଛନ୍ତି, “କରୋନାଭାଇରସକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନରେ ତାଙ୍କୁ ପୁସ୍ତକ ପଢ଼ିବା ଓ ଲେଖିବା ପାଇଁ ବହୁତ ସମୟ ମିଳିଥିଲା। ରାଜଭବନ ଭିତରକୁ କାହାରିକୁ ଆସିବା ପାଇଁ ଅନୁମତି ନଥିଲା। ଏହି ସମୟରେ ଲୋକମାନଙ୍କ ସହ ମୋର ଯୋଗାଯୋଗ ବନ୍ଦ ଥିଲା ଏବଂ ସମସ୍ତ ପରବର୍ତ୍ତୀ କାର୍ଯ୍ୟକ୍ରମକୁ କିଛି ସମୟ ପାଇଁ ସ୍ଥଗିତ କରିଦିଆଯାଇଥିଲା। ଯେଉଁ କାରଣରୁ ଏହି ସମୟରେ ପଢ଼ିବା ଓ ଲେଖିବା ପାଇଁ ମୋତେ ଖୁବ୍ ସମୟ ମିଳିଥିଲା।”

ଶ୍ରୀ ପିଲାଇ ଆହୁରି କହିଛନ୍ତି, “ମୁଁ ପ୍ରତିଦିନ ଭୋର୍ ୪ଟା ବେଳେ ଉଠି ବ୍ୟାୟାମ କରେ। ଏହା ପରେ ପଢ଼ିବା ଓ ଲେଖିବା କାମ କରେ। ମୋ ମତରେ ନେତା ଓ ଜନତାଙ୍କ ପାଇଁ କାମ କରୁଥିବା କର୍ମକର୍ତ୍ତାମାନେ ଲୋକଙ୍କୁ ଶିକ୍ଷିତ କରିବା ପାଇଁ ପୁସ୍ତକ ପଢ଼ିବା ଦରକାର। ପିଲାଦିନରୁ ହିଁ ସାଧାରଣ ଜୀବନଯାପନ ଓ ଗ୍ରାମୀଣ ରାଜନୀତିରେ ମୁଁ ଖୁବ୍ ସକ୍ରିୟ ରହିଆସିଛି ଏବଂ ଓକିଲାତି କରି ଗ୍ରାମାଞ୍ଚଳ ଲୋକଙ୍କ ସହ ମିଳାମିଶା କରେ ଏବଂ ପରେ ନେତା ହେବା ପାଇଁ ମୋତେ ପୁସ୍ତକ ଲେଖିବା ପ୍ରେରଣା ଯୋଗାଇଥିଲା।”

ଶ୍ରୀ ପିଲାଇଙ୍କ ମତରେ, “କରୋନାଭାଇରସ୍ ହୁଏତ ସାରା ଦୁନିଆର ତା’ର ପ୍ରଭାବ ପକାଇଛି, କିନ୍ତୁ ଏହାର କିଛି ସକାରାତ୍ମକ ପକ୍ଷ ମଧ୍ୟ ରହିଛି। ଏହି ଭାଇରସ୍ ଆମକୁ ମାନବିକତା ଶିଖାଇଛି ଯେ ଆମେ ପରସ୍ପର ଉପରେ କେତେ ନିର୍ଭରଶୀଳ ଏବଂ ଏହା ଲୋକଙ୍କ ମଧ୍ୟରେ ଭଲପାଇବା ବଢ଼ାଇଛି।”

ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଶନିବାର ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପୁସ୍ତକ ଉନ୍ମୋଚନ କରିବେ। ପିଲ୍ଲାଇ ତିନି ଦଶନ୍ଧି ପୂର୍ବେ ଲେଖିବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ପୁସ୍ତକ ୧୯୮୩ରେ ପ୍ରକାଶିତ ହୋଇଥିଲା। ରାଜ୍ୟପାଳ ହେବା ପୂର୍ବରୁ ତାଙ୍କର ୧୦୫ଟି ପୁସ୍ତକ ପ୍ରକାଶିତ ହୋଇସାରିଛି। ଏପର୍ଯ୍ୟନ୍ତ ସେ ବିଭିନ୍ନ ବର୍ଗରେ ଅତିକମରେ ୧୨୧ଟି ପୁସ୍ତକ ଲେଖିସାରିଛନ୍ତି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like