ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ନୂଆଦିଲ୍ଲୀ: ଟିକ୍‌ଟକ୍‌କୁ ଟକ୍କର ଦେବାକୁ ଆସିଥିବା Mitron ଆପ୍‌କୁ ନେଇ ଏବେ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଆପ୍‌ ସମ୍ପୂର୍ଣ୍ଣ ଭାରତୀୟ ବୋଲି କୁହାଯାଉଥିବା ବେଳେ ଏହାର ପାକିସ୍ତାନ ଲିଙ୍କ୍ ସାମ୍ନାକୁ ଆସିଛି। ପାକିସ୍ତାନୀ ସଫ୍ଟୱେୟର ଡେଭଲପର କମ୍ପାନୀ Qboxus ଠାରୁ ଏବି ଆପ୍‌କୁ କିଣା ଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।  ତେବେ ଭାରତରେ ଏହି ଆପ୍‌କୁ ଅଧିକ ଡାଉନ୍‌ଲୋଡ୍‌ କରାଯାଉଥିବାରୁ ଏହାକୁ ଭାରତୀୟ ଆପ୍ ବୋଲି କୁହାଯାଉଛି।

ତେବେ ଆପ୍‌ର ନାମକରଣ ନେଇ ଏକ ରୋଚକ କଥା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଅନେକ ସମୟରେ ସମ୍ବୋଧନ କଲାବେଳେ ମିତ୍ରୋଁ ଶବ୍ଦ ବ୍ୟବହାର କରୁଥିବାରୁ ଆପ୍‌ର ଏପରି ନାମକରଣ କରାଯାଇଥିବା କୁହାଯାଉଛି। ମିତ୍ରୋଁର ଅର୍ଥ ହେଲା ସାଙ୍ଗ ବା ବନ୍ଧୁ। ଆପ୍‌ର ଏପରି ନାମକରଣ ହିଁ ଏହାକୁ ଭାରତୀୟ ଆପ୍‌ ନାମରେ ପରିଚିତ କରାଇଛି।

ତେବେ ନୂଆ ରିପୋର୍ଟ ଅନୁସାରେ ମିତ୍ରୋଁ ଆପ୍‌ ‘TicTic’ ଆପ୍‌ର ରିବ୍ରାଣ୍ଡେଡ୍ ଆପ୍‌। ଏହାକୁ Qboxus ଏକ ପାକିସ୍ତାନ ସଫ୍ଟୱେୟାର ଡେଭଲପର କମ୍ପାନୀ ବନାଇଥିଲା। ତେବେ TicTic ଆପ୍ ବନାଇଥିବା Qboxuର ସଂସ୍ଥାପକ ଓ ସିଇଓ ଇର୍‌ଫାନ ଶେଖ୍‌ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାର ଏ ନେଇ ଖୁଲାସା କରିଛନ୍ତି। ସେ ଏହି ଆପ୍‌ର ସୋର୍ସ କୋଡ୍‌କୁ ମାତ୍ର ୩୪ ଡଲାରରେ Mitron ଆପ୍‌ ଡେଭଲପର୍‌ଙ୍କୁ ବିକ୍ରି କରିଛନ୍ତି। ଏଥିସହିତ ତାଙ୍କ କମ୍ପାନୀ ସୋର୍ସ କୋଡ୍ ବିକ୍ରି କରେ ଓ କ୍ରେତା ତାଙ୍କ ଠାରୁ କୋଡ୍ କିଣି ଆପ୍‌ର କଷ୍ଟମାଇଜେସନ୍ କରନ୍ତି। ତେବେ ଲୋକେ ଏହାକୁ ସମ୍ପୂର୍ଣ୍ଣ ଭାରତୀୟ ଆପ୍‌ କହୁଛନ୍ତି। ଯାହା ଆଦୌ ସତ ନୁହେଁ ବୋଲି ଇର୍‌ଫାନ କହିଛନ୍ତି। କ୍ରେତା ଏହି ଆପ୍‌କୁ କିଣିଛନ୍ତି ସିନା କିନ୍ତୁର ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ଇର୍‌ଫାନ ସେ ଗଣମାଧ୍ୟମରେ କହିଛନ୍ତି। ତେବେ ଏହି ଆପ୍‌ର ପ୍ରକୃତ ନିର୍ମାତାଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସଠିକ୍ ଖବର ମିଳିନଥିବା ବେଳେ ଏହାକୁ ଜଣେ ଛାତ୍ର ତିଆରି କରିଥିବା କୁହାଯାଉଛି।

ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଆପ୍‌ରେ ଡାଟା ସୁରକ୍ଷା ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଆପ୍‌ ଡାଉନଲୋଡ୍ କରି ଏଥିରେ କଣ୍ଟେଣ୍ଟ୍ ଅପ୍‌ଲୋଡ୍‌ କରୁଥିବା ବ୍ୟକ୍ତି ଏ ବିଷୟରେ ବେଖବର ହେବା ଉଚିତ୍‌ ନୁହେଁ।

 

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

You might also like