ବାୟୁସେନା ଅପରେସନ୍‌ର ବ୍ରହ୍ମାସ୍ତ୍ର ‘ମିରାଜ୍-୨୦୦୦’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ପାହାନ୍ତାରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ହୋଇଥିବା ଆକ୍ରମଣରେ ମିରାଜ୍-୨୦୦୦ ବ୍ୟବହାର ହୋଇଥିଲା। ଫ୍ରାନ୍ସର ଦାସଲ୍‌ଟ ଆଭିଏସନ୍‌ର ଜ୍ଞାନ କୌଶଳରେ ହିନ୍ଦୁସ୍ଥାନ ଏରୋନ୍‌ଟକିସ୍ ଲିମିଟେଡ୍‌-ହାଲ୍ ଏହି ଯୁଦ୍ଧ ଜାହାଜ ନିର୍ମାଣ କରିଥିଲା।

ହଜାରେ କିଲୋ ଓଜନର ବୋମା ଧରି ୧୨ଟି ଏୟାରକ୍ରାଫ୍ଟ ପିଓକେରେ ପଶି ଧ୍ୱଂସଲୀଳା ରଚିଥିଲା। ଭାରତ ପାଖରେ ସୁଖୋଇ SU-30MKI, MiG 29 ତେଜସ୍ ଭଳି ଏୟାରକ୍ରାଫ୍ଟ ଥିବାବେଳେ ମିରାଜ୍-୨୦୦୦ ମାଧ୍ୟମରେ ବାୟୁସେନା ଏହି ଆକ୍ରମଣ କରି ସଫଳ ହୋଇଛି।

ଅତର୍କିତ ସୀମାପାର ଆକ୍ରମଣ ପାଇଁ ବେଶ ଉପଯୋଗୀ ଥିବାରୁ ବାୟୁସେନା ଏହାକୁ ବ୍ୟବହାର କରିଥିଲା। ଖୁବ୍ ନିର୍ଭରଯୋଗ୍ୟ ଓ ଉପଯୋଗୀ ଏୟାରକ୍ରାଫ୍ଟ ମିରାଜ୍-୨୦୦୦ ଭାରତୀୟ ବାୟୁସେନାରେ୧୯୮୫ରେ ସାମିଲ ହୋଇଥିଲା। ସାମିଲ ପରେ ବାୟୁସେନା ପକ୍ଷରୁ ଏହାକୁ ‘ବଜ୍ର’ ନାମରେ ନାମିତ କରାଯାଇଥିଲା।

୧୯୮୨ ମସିହାରେ ଭାରତ ସରକାର ୩୬ଟି ସିଙ୍ଗଲ ସିଟର୍ ମିରାଜ, ୪ଟି ଦୁଇ ସିଟ୍ ଥିବା ମିରାଜ୍ ପାଇଁ ଫ୍ରାନ୍ସ ସହ ଚୁକ୍ତି କରିଥିଲା। ୧୯୯୯ ମସିହା କାରଗିଲ୍ ଯୁଦ୍ଧରେ ମିରାଜ ସକ୍ରିୟ ଭୂମିକା ତୁଲାଇଥିଲା। ମିରାଜ-୨୦୦୦ ବିଶେଷତ୍ୱ ହେଲା ଏଥିରେ ବ୍ୟବହୃତ ଇଞ୍ଜିନ ହାଲୁକା। ଏହାସହ ମିରାଜ ଘଣ୍ଟା ପ୍ରତି ୨୩୩୬ କିଲୋମିଟର ବେଗରେ ଗତି କରିପାରେ ଏବଂ ବୋମା ଧରି ୧୫୫୦ କିଲୋମିଟର ଯାଇପାରେ।

ବଡ଼ କଥା ହେଉଛି, ଏହା ଭୂପୃଷ୍ଠରୁ ୧୭ କିଲୋମିଟର ଉଚ୍ଚରେ ଉଡ଼ିପାରିବ। ଅତ୍ୟାଧୁନିକ ନାଭିଗେସନ୍‌ ସିଷ୍ଟମ, ନିଜକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିବାରୁ ସୀମା ପାର ଆକ୍ରମଣ ପାଇଁ ଏହା ବେଶ୍ ଉପଯୋଗୀ ହୋଇଥାଏ। ଏହା ଲେସର୍ ନିୟନ୍ତ୍ରିତ ବୋମା ପରିବହନ କ୍ଷମତା ରଖିଛି। ଏହାସହ ମିରାଜ ଏୟାର ଟୁ ଏୟାର ଓ ଏୟାର ଟୁ ସରଫେସ୍ ମିଶାଇଲ୍ ପରିବହନ କରିବାର କ୍ଷମତା ରଖିଛି।

ଏହାବ୍ୟତୀତ ରାଡାର ଡପଲର ମଲ୍ଟି ଟାର୍ଗେଟ କ୍ଷମତା ରଖିଥିବାରୁ ବାୟୁସେନା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ। ଭାରତ ବ୍ୟତୀତ ଫ୍ରାନ୍ସ, ଇଜ୍‌ପଟ୍‌, ୟୁଏଇ, ପେରୁ, ତାଇୱାନ୍‌, ଗ୍ରୀସ୍‌ ଓ ବ୍ରାଜିଲ୍‌ ଭଳି ଦେଶ ମଧ୍ୟ ଏହି ଏୟାରକ୍ରାଫ୍ଟ ବ୍ୟବହାର କରୁଛନ୍ତି।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like