ଷ୍ଟେସନ୍ରୁ ପାଣି ବୋତଲ ପ୍ୟାକେଟ୍ ଧରି ଛୁ’ ମାରିଲେ ପ୍ରବାସୀ ଶ୍ରମିକ
ଲକ୍ଷ୍ନୌ: ରେଲ୍ୱେ ଷ୍ଟେସନ୍ରୁ ପାଣି ବୋତଲ ପ୍ୟାକେଟ୍ ଧରି ଛୁ’ ମାରିଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ସଂଖ୍ୟାରେ ଶ୍ରମିକ ଆସି ରେଲ୍ୱେ ଷ୍ଟେସନ୍ରେ ରଖାଯାଇଥିବା ପାଣି ବୋତଲ ପ୍ୟାକେଟ୍କୁ ଧରି ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
ଉତ୍ତରପ୍ରଦେଶର ପଣ୍ଡିତ ଦୀନ ଦୟାଲ ଉପାଧାୟ ଷ୍ଟେସନ୍ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା
ସୂଚନା ଅନୁସାରେ, କିଛି ସମୟ ପାଇଁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଷ୍ଟେସନ୍ରେ ଅଟକି ଥିଲା। ହେଲେ ଏହି ଅଳ୍ପ କେଇ ମିନିଟ୍ ଭିତରେ ଶ୍ରମିକମାନେ ଟ୍ରେନ୍ରୁ ଓହ୍ଲାଇ ଷ୍ଟେସନ୍ର ପ୍ଲାଟ୍ଫର୍ମରେ ରଖାଯାଇଥିବା ପାଣି ବୋତଲ ପ୍ୟାକେଟ୍କୁ ଧରି ଦୌଡ଼ି ପଳାଉଥିବା ନଜର ଆସିଛି।