ଘରକୁ ଫେରିବା ପାଇଁ ପାଳି କରି ବଳଦ ସାଜିଲେ ବାପା, ମା’ ଓ ପୁଅ

ଇନ୍ଦୋର: ଲକ୍‌ଡାଉନର ଅନେକ ଦୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳୁଛି। ବିଶେଷକରି ଅସହାୟ ଶ୍ରମିକଙ୍କ ଘରବାହୁଡ଼ା ଦୃଶ୍ୟ ଅତ୍ୟନ୍ତ ହୃଦୟଥରା। ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଇନ୍ଦୋରରେ। ଇନ୍ଦୋର ବାଇପାସର ଏକ ଭିଡିଓ ଭାଇରାଲ ହୋଇଛି। ଘରକୁ ଯିବା ପାଇଁ ପରିବାରର ସଦସ୍ୟଙ୍କୁ  କିପରି ବଳଦ ସହ କାନ୍ଧ ମିଳାଇ ଶଗଡ ଟାଣିବାକୁ ପଡ଼ୁଛି ତାହା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ଏହି ପରିବାର ମହାରାଷ୍ଟ୍ରରୁ ବଳଦଗାଡ଼ିରେ ରାଜସ୍ଥାନ ସ୍ଥିତ ତାଙ୍କ ଘରକୁ ଯାଉଛନ୍ତି। ଏହି ଶଗଡ଼ରେ ପରିବାରର ୩ ଜଣ ଲୋକ ବାହାରିଥିଲେ ଗାଁକୁ ଯିବା ପାଇଁ। ହେଲେ ରାସ୍ତାରେ ଗୋଟିଏ ବଳଦ ମରିଯିବା ପରେ ଘରକୁ ଯିବାର ସମସ୍ୟା ବଢିଗଲା। କାରଣ ଗୋଟିଏ ବଳଦ ଶଗଡ଼ ଗାଡିକୁ ଟାଣିବ କେମିତି ?

ଶେଷରେ ପରିବାର ସଦସ୍ୟଙ୍କୁ ବଳଦ ହେବାକୁ ପଡ଼ିଲା। ଅର୍ଥାତ୍‌ ପ୍ରତ୍ୟେକ ସଦସ୍ୟ ପାଳି କରି ଅନ୍ୟ ବଳଦଟି ସହ କାନ୍ଧ ମିଳିଇ ଶଗଡ଼ ଟାଣଲେ। ଉପରେ ଟାଣ ଖରା। ପାଦେ ଚାଲିବାକୁ ଇଚ୍ଛା ହେଉ ନ ଥାଏ। ତଥାପି ସେମାନେ ଶଗଡକୁ ଟାଣି ଟାଣି ଚାଲୁଛନ୍ତି।  ବାପା ଥକି ପଡିଲେ ମା’,  ପୁଣି କେତେବେଳେ ମା’ ଥକି ପଡ଼ିଲା ପୁଅ ଟାଣୁଛି ଶଗଡ ।

ତେବେ ଏହି ଭାଇରାଲ ଭିଡିଓ ବିଷୟରେ ଜିଲ୍ଲା ପ୍ରଶାସନ ପାଖରେ କିଛି ଖବର ନାହିଁ।

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

You might also like