ଲଦ୍ଦାଖ ସୀମାରେ ପଇଁତରା ମାରୁଛି ଭାରତର ମିଗ୍-୨୯ ଲଢୁଆ ବିମାନ

ଲଦାଖ: ଚୀନ୍ ସହ ଉତ୍ତେଜନା ଭିତରେ ଅଧିକ ସଜାଗ ଭାରତୀୟ ଏୟାରଫୋର୍ସ। ଲଦ୍ଦାଖ ସୀମାରେ ପଇଁତରା ମାରୁଛି ମିଗ୍-୨୯ ଲଢୁଆ ବିମାନ। ଲେହ ଏୟାର୍ ବେସ୍‌ରେ ଶୀତ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ରଣନୀତି ଦୃଷ୍ଟିରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବାୟୁସେନା ପୋଜିସନ୍ ନେଇସାରିଥିବା ବେଳେ, ଏବେ ଓ୍ୱିଣ୍ଟର୍ ଷ୍ଟକିଂ ପାଇଁ ଚାଲିଛି କସରତ।

କେବଳ ମିଗ୍ ନୁହେଁ, ଟ୍ରାନ୍ସପୋର୍ଟ ଏୟାର୍କ୍ରାଫ୍ଟ C-17 ଗ୍ଲୋବ୍ ମାଷ୍ଟର୍, ଆପାଚେ ଲଢ଼ୁଆ ହେଲିକପ୍ଟର ଓ ଚିନୁକ୍ ହେଭି ଲିଫ୍ଟ ଚପର୍ ମଧ୍ୟ ସେଠାରେ ଉଡ଼ାଣ ଅବତରଣ କରୁଥିବା ଦେଖିବାକୁ ମିଳିଛି।

ଦିନ ରାତି ୨୪ ଘଣ୍ଟା ସୀମାରେ ଏବେ ପଇନ୍ତରା ମାରୁଛନ୍ତି ବାୟୁ ସେନାର ଯୁଦ୍ଧ ବିମାନ। ଶୀତ ଦିନେ କିପରି ଶତ୍ରୁ ପକ୍ଷକୁ ମାତ୍ ଦିଆଯିବ ସେ ନେଇ ରାତିରେ ରଣନୀତି ପ୍ରସ୍ତୁତ ହେଉଛି। କେବଳ ଉତ୍ତର ନୁହେଁ, ପଶ୍ଚିମ ସୀମାରେ ମଧ୍ୟ ସମସ୍ତ ପ୍ରତିକୂଳ ସ୍ଥିତିର ସାମ୍ନା କରିବାକୁ ବାୟୁସେନା ପୂରା ପ୍ରସ୍ତୁତ ବୋଲି ମିଗ୍ ଉଡ଼ାଉଥିବା ଫ୍ଲାଇଟ୍ ଲେଫ୍ଟେନାଣ୍ଟ୍ କହିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like